
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧରାବନ୍ଧ ପଞ୍ଚାୟତ ଅଧିନସ୍ଥ ବୁରୋବାହାଲ ଗାଁରେ ମା’ ଗମଖାଇ ବୁଢାରଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମା’ ଗମଖାଇ ବୁଢାରଜା କ୍ଲବର ସଭାପତି ହରପ୍ରସାଦ ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗନ୍ଧରାବନ୍ଧ ପଞ୍ଚାୟତ ସରପଞ୍ଚ ରୁଷଭ ପୁଟେଲ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ବଲାଙ୍ଗିରର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ସମ୍ମାନୀୟ ଅତିଥି ଭାବେ ଗନ୍ଧରାବନ୍ଧ ପଞ୍ଚାୟତ ସମିତି ସଭ୍ୟସଭ୍ୟା ଜଗତ, ଗହଟିଆ ମହାଜନ ପୁଟେଲ, ଯଶୋବନ୍ତ ପୁଟେଲ, ଫୁଲବରିଆ ଦାସ ପୁଟେଲ, ଝାଙ୍କର ମଧୁସୂଦନ ମାଝୀ, ଡାକ୍ତର ଭକ୍ତ ପୁଟେଲ, ରିଙ୍କୁ ପୁଟେଲ, ରାଜେଶ ପୁଟେଲ, ପ୍ରେମିଶ ପୁଟେଲ, ଭୁଲେଶ୍ୱର ପୁଟେଲ, ସୀତାରାମ ମାଝୀ, ମନୋଜ ମାଝୀ, ପୃଥ୍ୱୀରାଜ ପୁଟେଲ, ରୋହିତ ପୁଟେଲ, କ୍ଷମା ମାଝୀ, ଦୁଃଖିଶ୍ୟାମ ପୁଟେଲ, ନେତ୍ରା ପୁଟେଲ, ବାସୁ ପୁଟେଲ, ସମାଜସେବୀ ତୀର୍ଥ ପୁଟେଲ, ଶିକ୍ଷକ କିଶୋର ଚନ୍ଦ୍ର ମାଝୀ, ପୂର୍ବତନ ୱାର୍ଡମେମ୍ବର ପ୍ରେମ ପୁଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନୃତ୍ୟ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଆମ କଳା, ସଂସ୍କୃତି ଓ ପ୍ରତିଭାର ଏକ ଅନନ୍ୟ ପରିଚୟ । ଏଠାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ନିଜର ନୃତ୍ୟ ମାଧ୍ୟମରେ ଅସାଧାରଣ ପ୍ରତିଭାର ପରିଚୟ ଦେଇଛନ୍ତି । ଜିତିବା ଓ ହାରିବା ପ୍ରତିଯୋଗିତାର ଏକ ଅଂଶ ମାତ୍ର, କିନ୍ତୁ ଅଂଶଗ୍ରହଣ କରିବା ଓ ନିଜ ପ୍ରତିଭାକୁ ପ୍ରଦର୍ଶନ କରିବା ହେଉଛି ପ୍ରକୃତ ସଫଳତା । ଏହିପରି ମଞ୍ଚ ଆମ ଅଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଦେଶକୁ ସୁରକ୍ଷା ଦେଉଥିବା ଗାଁର ୩ ଜଣ ଯବାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ବିଭାଗରେ ପ୍ରଥମ ସ୍ମୃତି ଓ ରାହୁଲ ଗୃପ ଚାଉଲସୁଖା, ଦ୍ଵିତୀୟ ଗୋପ ଚନ୍ଦନ, ତୃତୀୟ ଏମ ଜି ଡ୍ୟାନ୍ସ ଗୃପ ମାଲପଡା, କନିଷ୍ଠ ବିଭାଗରେ ପ୍ରଥମ ପଦ୍ମାଲୟା ଭତ୍ରା ଗୋହିରାପଦର, ଦ୍ଵିତୀୟ ଏମ ଜି ବି ଗୃପ ବୁରୋବାହଲ, ତୃତୀୟ ହରିପ୍ରିୟା ପୁଟେଲ ଜୁନାନୀଙ୍କୁ ଅର୍ଥରାଶି ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନେ ଉପଭୋଗ କରିଥିଲେ । ଏଥିରେ ଯୁବ କଣ୍ଠଶିଳ୍ପୀ ରାସବିହାରୀ ଘିଭେଲା, ବରିଷ୍ଠ କଣ୍ଠଶିଳ୍ପୀ ଦୁର୍ଦକ୍ଷ ହଂସ, କଳାକାର ଘନଶ୍ୟାମ ମନହୀରା ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ଦୈତାରି ପୁଟେଲ, ରାଜେଶ ପୁଟେଲ, ଦୁଃଖିଶ୍ୟାମ ପୁଟେଲ, ରିଙ୍କୁ ପୁଟେଲ, ସୀତାରାମ ମାଝୀ, ତୁପେନ ମାଝୀ, ଚମ୍ପେ ପୁଟେଲ, ପ୍ରେମରାଜ ପୁଟେଲ, ଡୁଲେଶ୍ୱର ପୁଟେଲ, କାର୍ତ୍ତିକ ପୁଟେଲ ପୃଥ୍ୱୀ ପୁଟେଲ, ବାସୁ ପୁଟେଲ, ରାଜ୍ ପୁଟେଲ, ନିରନ୍ ପୁଟେଲ, ଉଦୟ ପୁଟେଲ, ନେତ୍ରା ପୁଟେଲ, ମନୋଜ ମାଝୀ, ଖେମା ମାଝୀ, ଭିକି ପୁଟେଲ, କୁବେର ମାଝୀ, ଡମ୍ବରୁ ପୁଟେଲ, ଅଖିଳ ପୁଟେଲ ପ୍ରମୁଖଙ୍କ ସହ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।