
ରାଉରକେଲା, (କେପିଏନ୍ଏସ୍) : ଦକ୍ଷିଣ ରାଉରକେଲାର ଜଳଦା ‘ସି’ ବ୍ଲକ ଅଂଚଳର ଜାତୀୟ ରାଜପଥ କଡରେ ‘ଫାଷ୍ଟକାର’ ନାମକ ଏକ ସୋରୁମ ଗତ ବୁଧବାର ଦିନ ଉଦ୍ଘାଟିତ ହୋଇଯାଇଛି । ଏହାକୁ ରାଉରକେଲା ଗୋପବନ୍ଧୁପଲ୍ଲୀ ଫାଣ୍ଡି ପୋଲିସ ଅଧିକାରୀ ସିନ୍ମୟ ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ପ୍ରଭାତ କୁମାର ଜେନା ଓ ପ୍ରତାପ ଧଳ ଯୋଗ ଦେଇଥିଲେ । ଏହି ସୋରୁମର ମୂଳଲକ୍ଷ୍ୟ ହେଲା ଗ୍ରାହକମାନେ ନିଜର ପୁରୁଣା ଚାରି ଚକିଆ ଗାଡି ଆଣି ଏଠାରେ ବିକ୍ରୟ କରି ପାରିବେ, ଏଠାରୁ ସୁଲଭ ଦରରେ କ୍ରୟ କରିପାରିବେ ଓ ପୁରୁଣା ଗାଡି ଆଣି ବଦଳାଇ ଅନ୍ୟ ଏକ ଗାଡି ନେଇପାରିବେ ବୋଲି ସୋରୁମର ମାଲିକ ସୁରେଶ କୁମାର ଦାସ, ପତ୍ନୀ ଶ୍ରୀମତୀ କାବେରୀ ଦାସ ଓ ସୁପୁତ୍ର ରମେଶ ଚନ୍ଦ୍ର ଦାସଙ୍କ ଠାରୁ ପ୍ରକାଶ । ଗାଡି କ୍ରୟ କରିବାକୁ ଆସୁଥିବା ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଗାଡି ଦେବା ସହିତ ଆସନ୍ତା ଦୀପାବଳି ପର୍ଯ୍ୟନ୍ତ ଆକର୍ଷଣୀୟ ଉପହାର ଦିଆଯିବାର ଅଫର ରଖାଯାଇଛି ବୋଲି ସୋରୁମର ମାଲିକଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହାର ସୁଯୋଗ ନେବା ପାଇଁ ସମସ୍ତ ଗ୍ରାହକ ମାନଙ୍କୁ ସୋରୁମ ତରଫରୁ ଅନୁରୋଧ କରାଯାଉଛି ।