om academy

ହିଞ୍ଜିଳି ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ଓ ଖଣିଜ ପଦାର୍ଥ ଚୋରା ଚାଲାଣ ନେଇ ଅଭିଯୋଗ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ତ୍ଵପୂର୍ଣ୍ଣ ବାର୍ତ୍ତା ବହନ କରେ । ଯାହାକି, ଏହି ନିର୍ବାଚନ ମଣ୍ଡଳୀରୁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରିଆସୁଛନ୍ତି । କିନ୍ତୁ ଏହି ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି । ଏନେଇ ବିଭିନ୍ନ ମହଲରେ ଅଭିଯୋଗର ପ୍ରତିକ୍ରିୟା ସହ କ୍ଷୋଭ ପ୍ରକାଶ ପାଇଛି । ପ୍ରକାଶ ଥାଉକି, ଜିଲ୍ଲାର ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ଓ ଅଞ୍ଚଳରେ ଅବାଧରେ ବେଆଇନ୍ ଭାବେ ମାଦକଦ୍ରବ୍ୟ ବିକ୍ରି ହେଉଥିବା ଜିଲ୍ଲା ପ୍ରଶାସନଠାରେ ଅଭିଯୋଗ ଉଠିଛ । ହିଞ୍ଜିଳି ଅଞ୍ଚଳରେ ଅଣ-ସ୍ଵୀକୃତପ୍ରାପ୍ତ ମଦ ଦୋକାନ ବେଆଇନ୍‌ ଭାବେ ଖୋଲି ଅବାଧରେ ମଦ ବିକ୍ରି ହେଉଛି । ଏହା ସାଂଗକୁ ବେଆଇନ୍ ଭାବେ ଅବାଧରେ ନଦୀ ପଠାରୁ ବାଲି ମାଫିଆମାନେ ବାଲି ଚୋରା ଚାଲାଣ କରୁଛନ୍ତି । ନଦୀ ପଠାରୁ ଟ୍ରକ୍ ଟ୍ରକ୍ ବାହାର ରାଜ୍ୟକୁ ବାଲି ପରିବହନ ହେଉଛି । ମାଫିଆମାନେ ବାଲି ନିଜ ଅଞ୍ଚଳ ଓ ବାହାର ରାଜ୍ୟକୁ ବାଲି ରପ୍ତାନୀ କରି ମାଲାମାଲ ହୋଇଯାଇଛନ୍ତି । ଏପରିକି ବହୁ ପାହାଡ଼, ପର୍ବତ ତଥା ପଥର-କୁଆଁରୀରୁ ମନଇଚ୍ଛା ପଥର ଖନନ ଓ ପଥର ବ୍ଲାଷ୍ଟ୍ କରି ବେଆଇନ୍ ଭାବେ ଖଣିଜ ପଥର ଲୁଟ୍ କରୁଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ଠାରେ ଲିଖିତ ଅଭିଯୋଗ ହୋଇଛି । ପଥର-କୁଆଁରୀରୁ ପଥର ବ୍ଲାଷ୍ଟ କରିବା ଦ୍ୱାରା ପାଖାପାଖି ଅଞ୍ଚଳରେ ବସବାସ କରୁଥିବା ବହୁ ଘର ପରିବାର ଲୋକେ ଦୈନିକ ବିଶେଷ କ୍ଷତଗ୍ରସ୍ତ ହେଉଛନ୍ତି । ପ୍ରଶାସନର ବିନା ଅନୁମୋଦନରେ ବିଭିନ୍ନ ପଥର କୁଆଁରୀରୁ ପଥର ବ୍ଲାଷ୍ଟ କରାଯାଉଛି । ଫଳରେ ବହୁ ଘର ଦ୍ଵାର, କୋଠାବାଡ଼ି, ରାସ୍ତାଘାଟ ବିଶେଷ କ୍ଷତଗ୍ରସ୍ତ ହେଉଛନ୍ତି । ଫଳରେ ଜନଅତିଷ୍ଠ ଓ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ବେଆଇନ୍ ବାଲି, ପଥର ଓ ମଦ କାରବାର ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବା ସାଂଗକୁ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ଓ ଅଞ୍ଚଳରେ ଅବାଧ ଚୋରା କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ସମ୍ପୃକ୍ତ ଦୋଷୀମାନଙ୍କୁ ଗିରଫ କରି କାରାଦଣ୍ଡରେ ଦଣ୍ଡିତ କରିବାକୁ ଦାବୀ ହୋଇଛି । ଏ ସଂପର୍କରେ ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ ଜିଲ୍ଲା ପ୍ରଶାସନ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଦୃଢ଼ତାର ସହ ଅଭିଯୋଗ କରି ଶ୍ରୀ ପାଢ଼ୀ ଏ ସଂପର୍କରେ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସାଂଗକୁ ଶ୍ରୀ ପାଢ଼ୀଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଏସ୍‌ପିଙ୍କ ଠାରେ ଶୁକ୍ରବାର ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଠାରେ ବାଲି ଓ ପଥର ଚୋରା ଚାଲାଣ ପ୍ରଥାକୁ ରୋକାଯିବା ସାଂଗକୁ ବେଆଇନ୍ ମଦ କାରବାର ଓ ଖଣିଜ ପଦାର୍ଥକୁ ରୋକାଯିବା ଆବଶ୍ୟକ ବୋଲି ଅଭିଯୋଗ ହୋଇଛି । ଚଳିତ ୧୦ ଜୁନ୍‌ରୁ ୧୫ ଜୁନ୍ ମଧ୍ୟରେ ଏହି ବେଆଇନ୍ ପ୍ରଥାକୁ ବନ୍ଦ କରିବାକୁ ପ୍ରଶାସନ ଠାରେ ଦୃଢ଼ ଦାବୀ କରିଛନ୍ତି । ତାହା ସଂପୂର୍ଣ୍ଣ ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତେଜି ଉଠିବ ବୋଲି ପ୍ରଶାସନ ଆଗରେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.