om academy

ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଟ୍ଟନାୟକଙ୍କ ବିୟୋଗରେ ରାଉରକେଲା ଓକିଲ ସଂଘର ଶୋକସଭା

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓକିଲ ସଂଘର ବରିଷ୍ଠ ସଦସ୍ୟ ଆଇନଜୀବୀ ଗୌରୀଶ୍ୟାମ ପଟ୍ଟନାୟକଙ୍କ (୬୭) ଗତକାଲି ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି । ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ରାଉରକେଲା ଓକିଲ ସଂଘର ଅନେକ ବରିଷ୍ଠ ସଦସ୍ୟ ଆଇଜିଏଚ୍‌ରେ ପହଞ୍ଚିଥିଲେ । ଆଜି ରାଉରକେଲା ଓକିଲ ସଂଘ କାର୍ଯ୍ୟାଳୟରେ ଏକ ଶୋକସଭା ସଂଘର ସଭାପତି ସଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ ସଂଘର ଉପସଭାପତି ରାଜକିଶୋର ପ୍ରଧାନ, ସଂପାଦକ ଦେବାନନ୍ଦ ତନ୍ତୀ, ସହ ସଂପାଦିକା ଲାଇବ୍ରେରୀ ଅଞ୍ଜନା ଗହୀର, ଅରିନ୍ଦମ ଦତ୍ତ, ସରୋଜ ମହାପାତ୍ର, ଅକ୍ଷୟ ସାହୁ, ପବିତ୍ର ଜେନା ପ୍ରମୁଖ ଶୋକ ସଭାରେ ସ୍ୱର୍ଗତ ଗୌରୀଶ୍ୟାମ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କର ଅକାଳ ବିୟୋଗ ଓକିଲ ସଂଘ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିବା ସହିତ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଗୌରୀଶ୍ୟାମ ପଟ୍ଟନାୟକ ୧୯୮୨ ମସିହାରେ ରାଉରକେଲା ଓକିଲ ସଂଘର ସଦସ୍ୟତା ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ବିଶେଷକରି ଫୌଜଦାରୀ ମାମଲା ଗୁଡିକ ଅତି ନିପୁଣତା ସହକାରେ ପରିଚାଳନା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ସହକର୍ମୀ ମାନଙ୍କ ମଧ୍ୟରେ ଅତ୍ୟନ୍ତ ମିଷ୍ଟଭାଷୀ ଓ ମେଳାପି ଥିଲେ । ଗତକାଲି ତାଙ୍କର ଅକାଳ ବିୟୋଗରେ ସମସ୍ତ ଓକିଲ ସଂଘ ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସଂଘ ପକ୍ଷରୁ ଗଭୀର ସମବେଦନା ପ୍ରକାଶ କରିଯାଇଛି । ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଚତୁର୍ଭୁଜ ନାଏକ, ବସନ୍ତ ପାତ୍ର, ଅଶୋକ ପ୍ରଧାନ, ବିଶ୍ଵଜିତ ମହାନ୍ତି, ଅଜୟ ମହାନ୍ତି, ଉଦ୍ଧବ ପ୍ରତାପ ସିଂ, ପ୍ରଦୀପ ଜେନା, ଅବନୀ ପ୍ରଧାନ, ଚନ୍ଦ୍ରମଣି ଦାଶ, କୁନା ରାମ ମୁର୍ମୁ, ଜେ ପି ମୁର୍ମୁ, ସୁଷମା ସାହୁ, ଯୁଧିଷ୍ଠିର ଦ୍ୱିବେଦୀ, ବୁଧୀରାମ ସ୍ୱାଇଁ, ପ୍ରଶାନ୍ତ ସେନାପତି, ଅନନ୍ତ ସାହୁ, ଆନନ୍ଦ ଅଗ୍ରୱାଲ, ନାଗେଶ ଜଗଦଳା ପ୍ରମୁଖଙ୍କ ସମେତ ବହୁ ଆଇନଜୀବୀ ଶୋକସଭାରେ ସାମିଲ୍ ହୋଇ ଶୋକ ପ୍ରକାଶ କରିଥିଲେ ।

Leave A Reply

Your email address will not be published.