ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ପଦକ୍ଷେପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଭିନ୍ନ ଜିଲ୍ଲାରେ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ୬୨ଟି ବ୍ଲକରେ ୫୭୧ଟି ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇଛି । ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଆବଶ୍ୟକ ଅନୁସାରେ ଅତିରିକ୍ତ ୧୦୦ଟି ଟ୍ୟାଙ୍କର୍ ପଠାଯିବା ବ୍ୟବସ୍ଥା କରାଯିବ । ବାଲେଶ୍ୱ ଓ ଭଦ୍ରକ ଜିଲ୍ଲା ପାଇଁ ଅତିରିକ୍ତ ଦୁଇଟି ଆର୍‌ଓ-ପାଣ୍ଟ୍‌ ପଠାଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

five × four =

error: Content is protected !!