ଡେଲାଙ୍ଗରେ ଜନପ୍ରତିନିଧିଙ୍କ ସହିତ ପୋଲିସର କରୋନା ସମୀକ୍ଷା ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହାଟ ଫାଣ୍ଡି ଠାରେ ଶୁକ୍ରବାର ଅପରାହ୍ନରେ ଏକ ଜନପ୍ରତିନିଧି ମାନଙ୍କ ସହିତ ପିପିଲି ଏସଡିପିଓ ଦେବ ଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ କୋଭିଡ-୧୯ର ସମୀକ୍ଷା ବୈଠକ କରିଥିଲେ । ବିଶେଷ କରି ପ୍ରଭାସୀ ଓଡିଆ ମାନଙ୍କ ଉପରେ ନଜର, ଲକଡାଉନ ଓ ସଟଡାଉନ କିପରି ଲୋକମାନେ ପାଳନ କରୁଛନ୍ତି । ଗ୍ରାମ ମାନଙ୍କରେ ଅନୁଷ୍ଠିତ ଭୋଜି ଭାତ ବନ୍ଦ କରାଯିବା ପାଇଁ ଆଲେଚନା କରାଯାଇଥିଲା । ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି ସେମାନେ ଚାହିଁଲେ ସଟଡାଉନ ବା ଅମାନିଆ ମାନଙ୍କ ଠାରୁ ଫାଇନ ଆଦାୟ କରି ପାରିବେ ବୋଲି ଏସଡିପିଓ ଶ୍ରୀ ଦତ୍ତ କହିଥିଲେ । ଆବଶ୍ୟକ ପଡିଲେ ପୋଲିସର ସହଯୋଗ ନେଇ ପାରିବେ ବୋଲି ଆଇଆଇସି ଶ୍ରୀ ପଟ୍ଟନାୟକ କହିଥିଲେ । ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଷଡାଙ୍ଗୋଇ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା, ଗଡମୋଟରି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ରମଣୀ ରଞ୍ଜନ ଚମ୍ପତି, ଘୋରଡିଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଏହି ଆଲେଚନାରେ ଭାଗ ନେଇଥିଲେ । ପୋଲିସ ପକ୍ଷରୁ ଡେଲାଙ୍ଗ ହାଟବଜାରରେ କରୋନାକୁ ନେଇ ଏକ ସଚେତନତା କରାଯାଇଥିଲା । ଲୋକମାନଙ୍କୁ ରାଜ୍ୟ ସରକାର ଲାଗୁ କରିଥିବା ଲକଡାଉନ ଓ ସଟଡାଉନକୁ ସଠିକ ଭାବେ ପାଳନ କରିବା ସହ ମୁହଁରେ ମାସ୍କ ବ୍ୟବହାର କରନ୍ତୁ ସାମାଜିକ ଦୁରତ୍ୱ ଅବଲମ୍ବନ କରିବା, ଘରେ ରହନ୍ତୁ ସୁସ୍ଥ ରନ୍ତୁ ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ ।

Leave A Reply

Your email address will not be published.

four − four =