pakka

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗ : ଅନୁସୂଚିତ ଜନଜାତି ସଂରକ୍ଷଣ ନ ରଖିବା ଅସାମ୍ବିଧାନିକ – ନରସିଂହ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପଛୁଆ ବର୍ଗଙ୍କ ପାଇଁ ସମ୍ପୂର୍ଣ୍ଣ ସଂରକ୍ଷଣ ସରକାର ହଟେଇ ସାରିଛନ୍ତି । ବର୍ତ୍ତମାନ ଦେଖିବାକୁ ମିଳୁଛି ଏହି ନିର୍ବାଚନରେ ବଲାଙ୍ଗିରରେ ପଂଚାୟତ ସମିତି ଅଧ୍ୟକ୍ଷ ପଦରେ କୌଣସି ଗୋଟିଏ ବି ଅଧ୍ୟକ୍ଷ ପଦବୀ କିମ୍ବା ସରପଂଚ ପଦବୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ହୋଇ ରହିନାହିଁ । ଏହି ଅନୁସୂଚିତ ଜନଜାତିଙ୍କ ପ୍ରତି ଘୋର ଅନ୍ୟାୟ ଏବଂ ସରକାରଙ୍କ ଏହା ଅସାମ୍ବିଧାନିକ ପଦକ୍ଷେପ ବୋଲି ଆଜି ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାୟକ ଦଳ କଂଗ୍ରେସ ଦଳ ନେତା ଗଣ ମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ପ୍ରସଙ୍ଗରେ ସେ କହିଛନ୍ତି ଅନୁସୂଚିତ ଜନଜାତି ଅଧ୍ୟୁଷିତ ଏହି ଅଂଚଳକୁ ପଂଚାୟତ ସମିତି ଅଧ୍ୟକ୍ଷ ଏବଂ ସରପଂଚ ପଦବୀ ସଂରକ୍ଷିତ ନ କରି ଏମାନଙ୍କୁ ପ୍ରତିନିଧିତ୍ୱରୁ ବଂଚିତ କରାଯାଉଛି । ସରକାରଙ୍କ ଏପରି ଅନୁସୂଚିତ ଜନଜାତି ବିରୋଧି ମନୋଭାବ କଦାପି ଗ୍ରହଣଯୋଗ୍ୟ ନୁହେଁ । ପ୍ରଥମେ ପଛୁଆ ବର୍ଗ ଏବଂ ପରେ ପରେ ଅନୁସୂଚିତ ଜନଜାତିଙ୍କ ପ୍ରତି ସରକାରଙ୍କ ଅସୁୟାଭାବ ଏହି ପଦକ୍ଷେପରୁ ସ୍ପଷ୍ଟ ଜଣାପଡୁଛି । ଯଦି ତାଙ୍କର ଏହି ନିଷ୍ପତ୍ତି ସରକାର ନ ବଦଳାନ୍ତି ତେବେ ମାନ୍ୟବର ହାଇକୋର୍ଟଙ୍କ ଆଶ୍ରୟ ନିଆଯିବ ବୋଲି ଶ୍ରୀ ମିଶ୍ର ଚେତାବନି ଦେଇଛନ୍ତି ।

Leave A Reply

Your email address will not be published.

17 − 9 =