pakka

ବରପାଲିପଡାରେ ନରସିଂହଙ୍କ ଦ୍ୱାରା ସିସି କ୍ୟାମେରା ଉଦ୍‌ଘାଟିତ

bbehera
  • ପଡାର ସୁରକ୍ଷା ପାଇଁ ଲୋକ ଆଗେଇ ଆସିବା ସ୍ୱାଗତଯୋଗ୍ୟ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଞ୍ଚଳର ସୁରକ୍ଷା ତଥା ଆଇନ ଶୃଙ୍ଖଳା ରକ୍ଷା ପାଇଁ ଯାହା ପୋଲିସ ପ୍ରଶାସନ କରିବା କଥା ତାହା ଆଜି ପଡାବାସୀ କରିଛନ୍ତି । ସେମାନେ ନିଜ ସୁରକ୍ଷା ତଥା ଅଂଚଳରେ ଶାନ୍ତିପୂର୍ଣ୍ଣ ଭାବରେ ଚଳପ୍ରଚଳ କରିବା ପାଇଁ ନିଜ ପାଣ୍ଠିରୁ ୧୩ ଗୋଟି ସିସି କ୍ୟାମେରା ଲଗାଇବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏପରି ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଲୋକେ ମତେ ମୁଖ୍ୟ ଅତିଥି ହେବା ସୁଯୋଗ ଦେଇଥିବାରୁ ମୁଁ ପଡାବାସୀଙ୍କଠାରେ କୃତଜ୍ଞତା ଜ୍ଞାପନ କରୁଛି ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ପଡାବାସୀ ଆଜି ସମଗ୍ର ବଲାଙ୍ଗିରରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଯଦି ବଲାଙ୍ଗିରର ପ୍ରତ୍ୟେକ ପଡାବାସୀ ଏକ କମିଟି ଗଠନ କରି ଏଭଳି କାର୍ଯ୍ୟକ୍ରମ ହାତକୁ ନିଅନ୍ତି ତେବେ ଆଇନ ଶୃଙ୍ଖଳା ଏବଂ ଲୋକଙ୍କ ଧନ ଜୀବନ ସୁରକ୍ଷିତ ରଖିବା ଦିଗରେ ଏକ ମହତ ପଦକ୍ଷେପ ହେବ ବୋଲି ଆଜି ବରପାଲିପଡାର ପଞ୍ଚସଖା ସରକାରୀ ବିଦ୍ୟାଳୟ ଗଳିରେ ସିସି କ୍ୟାମେରା ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ସେ ଏହି ମର୍ମରେ ଆହୁରି ମଧ୍ୟ କହିଛନ୍ତି ଯେ, ଯାହା ଜିଲ୍ଲା ପୋଲିସ ପ୍ରଶାସନ କରିବା କଥା ଏବଂ କରିପାରିଲା ନାହିଁ ତାହା ଲୋକେ କରିଛନ୍ତି । ଏହା ବହୁତ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ । ଏହି ସଭାରେ ସ୍ଥାନୀୟ ବାସିନ୍ଦାମାନେ ପଡାରେ ନାଳ ନର୍ଦ୍ଦମାର ଖରାପ ସ୍ଥିତି, ବିଜୁଳି, ପାନୀୟ ଜଳର ଅନିୟମିତତା, ପୌର ପରିଷଦ ତରଫରୁ ସଫେଇରେ ଅବ୍ୟବସ୍ଥାକୁ ନେଇ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ କରିଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଯାଇଥିବା ପୌର ଅଧିକାରୀ ବିପିନ ଦୀପ ସମଗ୍ର ଅଂଚଳ ବୁଲି ବହୁତ ଶୀଘ୍ର ସମସ୍ୟାଗୁଡିକର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । ଏ ସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ବରପାଲିପଡାର ଆର୍ତ୍ତତ୍ରାଣ ମିଶ୍ର, ବିଶ୍ୱ ରଂଜନ ଜେନା, ଗୋପ ନାଥ, ଡ. ଜଗନ୍ନାଥ ପଣ୍ଡା, ନିଲୁ ପରିଚ୍ଛା, ଗୋପାଳ ମିଶ୍ର, ଲୋପନ ମିଶ୍ର, ନଗର ସଭାପତି ବୁଲୁ ଦାନି, ଚନ୍ଦ୍ରମଣି ତ୍ରିପାଠିଙ୍କ ସମେତ ବିଜୁଳି ବିଭାଗ ନିର୍ବାହୀଯନ୍ତ୍ରୀ ଏବଂ ମହିଳା ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

11 − 4 =