ମାଝୀପଡା ବିଦ୍ୟାଳୟରେ ଏକସ୍ତରୀ ତମ ସମ୍ବିଧାନ ଦିବସ ପାଳିତ

ତୁରେକେଲା, (ମନିଷ କୁମାର ହଂସ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଏକସ୍ତରୀତମ ସମ୍ବିଧାନ ଦିବସ କରୋନା କଟକଣାକୁ ନଜରରେ ରଖି ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ, ଶିକ୍ଷକ ଭୀମସେନ ପଣ୍ଡା, କିଶୋର ବରିହା, ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଅତିଥି ମାନେ ଡା.ଭୀମରାଓ ଅମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପ ପ୍ରଦାନ କରିଥିଲେ ।ତାପରେ ସମ୍ବିଧାନର ପ୍ରିଏମ୍ବଲ ପାଠ କରାଯାଇଥିଲା ।ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ସ୍ୱ।ଧିନତା ପରେ ଦେଶର ଶାସନ ପାଇଁ କିପରି ସମ୍ବିଧାନ ତିଆରି କରାଯାଇଥିଲା ଓ ଅମ୍ବେଦକରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ପ୍ରକାଶ ଥାଉକି ଆମ ଦେଶର ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହାରେ ଆଜିର ଦିନଟିକୁ ସମ୍ବିଧାନ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ । ଏହାକୁ ପୂର୍ବରୁ ଜାତୀୟ ଆଇନ ଦିବସ ରୂପେ ମଧ୍ୟ ପାଳନ କରି ଆସୁଛନ୍ତି । ସ୍ୱ।ଧିନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ତଥା ସମ୍ବିଧାନର ଜନକ ଡ.ଅମ୍ବେଦକରଙ୍କୁ ଆଜିର ଦିନଟିକୁ ସମର୍ପିତ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସରକାରୀ ସ୍ତରରେ ଘୋଷଣା କରାଯାଇଛି । ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବିଧାନ କୁ ସମସ୍ତ ନାଗରିକ ମାନି ଚଳିବାକୁ ଅତିଥି ମାନେ ମତ ପ୍ରକାଶ କରିଥିଲେ ।ଏହି କାର୍ୟ୍ୟକ୍ରମ କୁ ବିଦ୍ୟାଳୟର ହ୍ୱ।ଟସଆପଗୃପରେ ପ୍ରସାରଣ କରାଯାଇଥିଲା ଯାହାକି ଛାତ୍ରଛାତ୍ରୀ ମାନେ ଘରେ ରହି ଏହି ଦିବସର ମହତ୍ତ୍ୱ ବୁଝି ପାରିବେ ଓ ପାଳନ କରିପାରିବେ ।

Leave A Reply

Your email address will not be published.