ଟ୍ରେଡ ୟୁନିୟନର ଭାରତ ବନ୍ଦ ଡାକରାକୁ କଂଗ୍ରେସର ପୂର୍ଣ୍ଣ ସମର୍ଥନ: ଜାତୀୟ ରାଜପଥରେ ପିକେଟିଂ କଲେ କଂଗ୍ରେସ କର୍ମୀ

ଦେଓଗାଁ, (ମନୀଷ କୁମାର ସାହୁ) : ସର୍ବ ଭାରତୀୟ ମିଳିତ ଟ୍ରେଡ଼ ୟୁନିୟନ ଦେଇଥିବା ଭାରତ ବନ୍ଦ ଡାକରାକୁ ଦେଓଗାଁ କଂଗ୍ରେସ ସମର୍ଥନ କରିଛି । ଜାତୀୟ ରାଜପଥ ୨୬ ଦେଓଗାଁ ବସଷ୍ଟାଣ୍ଡରେ କଂଗ୍ରେସ କର୍ମୀମାନେ ଗାଡ଼ି ମଟରକୁ ବନ୍ଦ କରିଥିଲେ । ବ୍ଲକ କାର୍ୟ୍ୟଳୟ, ତହସିଲ ଅଫିସ, ସହ ସମସ୍ତ ସରକାରୀ କାର୍ୟ୍ୟାଳୟଗୁଡିକ ବନ୍ଦ ରହିଛି । ଏହି ବନ୍ଦ କାର୍ୟ୍ୟକ୍ରମରେ କଂଗ୍ରେସ ନେତା ଜନ୍ମେଜୟ ସାହୁ, ପପୁ ପାତ୍ର, କୁନା ସାହୁ ,ସମୀର ସାହୁ ,ପିଣ୍ଟୁ ପୋଡ଼ ସହ ଅନେକ କଂଗ୍ରେସ କର୍ମୀ ସାମିଲ ଥିଲେ ।

Leave A Reply

Your email address will not be published.