ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ : ପାଟଣାଗଡ଼ ଏନ୍‌ଏସି ଅଂଚଳରେ ୧୦ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୪ରୁ ଜଣେ ସଂକ୍ରମିତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୩ ଜଣ, ଗୁଡ଼ଭେଲା ବ୍ଲକ୍‌ ରୁଷୁଡ଼ା ଗ୍ରା.ପ.ରୁ ୩ ଜଣ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧ରୁ ୧, ୧୦ରୁ ୩ ଏବଂ ୧୫ରୁ ୧, ଖପ୍ରାଖୋଲ ବ୍ଲକ୍‌ କରୁଆଁଝର ଗ୍ରା.ପ.ରୁ ୧, ଘୁନସର ଗ୍ରା.ପ.ରୁ ୧ ଓ ଧଣ୍ଡାମୁଣ୍ଡା ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ତଲିଉଡ଼ାର ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ବଡ଼୍‌ସାଇମରା ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ମରୁଆଁ ଗ୍ରା.ପ.ରୁ ୩ ଓ ଭଇଁଷା ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧ରୁ ୧, ୩ରୁ ୨, ୪ରୁ ୪, ୮ରୁ ୨ ଓ ୧୦ରୁ ୧, ତୁରେକେଲା ବ୍ଲକ୍‌ କରୁଆଁମୁଣ୍ଡା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଏବେ ଜିଲ୍ଲାରେ ୨୮୪ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.