ରାଇରଙ୍ଗପୁରରେ ରଜ ପର୍ବ ମହାଆଡମ୍ବର ସହକାରେ ପାଳିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁର ସହରରେ ବିଶେଷ କରି ବାଳିକାମାନଙ୍କର ପର୍ବ ରଜ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଆଉ ଦେଖାଯାଉନାହିଁ, ପୂର୍ବ ପରି ଗଛରେ ବାଉଁଶ ସାହାଯ୍ୟରେ ମଞ୍ଚା କରି ଝିଅ ପିଲାମାନଙ୍କର ଦୋଳି ଖେଳ, ଏବେ ଆଧୁନିକ ସଭ୍ୟତାରେ ଲୋକେ ସହରସ୍ଥ ପାର୍କ ଯାଇ ହର୍ଷଉଲ୍ଲାସ ସହ ଆନନ୍ଦରେ ଦୋଳି ଖେଳିଥାନ୍ତି । ଆଜିର ପହଲି ରଜରେ ଘରେ ଘରେ ପିଠା ପଣାର ଆସର, ତା’ ସହିତ ଘରେ ଝିଅ ପିଲାମାନେ ନୂଆ ବସ୍ତ୍ର ପରିଧାନ କରି ନିଜ ଘର ପରିସର ମଧ୍ୟରେ ଚିତା କାଟିଥାନ୍ତି । ସେମାନେ ଖୁସିରେ ମସଗୁଲ ହୋଇଥାନ୍ତି । ସନ୍ଧ୍ୟା ସମୟରେ ପାର୍କକୁ ଆସି ଦୋଳି ଖେଳି ସମୟ ଅତିବାହିତ କରିଥାନ୍ତି । ବିଶେଷ କରି ଏହି ପର୍ବ ନାରୀମାନଙ୍କର ବୋଲି ବିବେଚନା କରାଯାଏ । କାରଣ ଉକ୍ତ ଦିବସର ପହଲି ରଜ, ରଜସଂକ୍ରାନ୍ତି ଓ ତା’ ପରଦିନ ଝିଅପିଲାମାନେ ନବଜାମା ପିନ୍ଧିଥାନ୍ତି । ସେମାନଙ୍କୁ କୌଣସି କାମ କରିବା ପାଇଁ ବାରଣ କରାଯାଏ । ପିଠାପଣା, ରଜପାନ ଓ ଦୋଳିର ମାହୋଲରେ ସମୟ ଅତିବାହିତ କରିଥାନ୍ତି । ବାସ୍ତବିକ ଏହା ଓଡିଆ ସଂସ୍କୃତି, ପରମ୍ପରା ଓ ଜାତିର ନିଆରା ପର୍ବ । ରାଇରଙ୍ଗପୁର ସହରସ୍ଥ ମହୁଲଡିହାଁରେ ଥିବା ବିର୍ସାମୁଣ୍ଡା ପାର୍କରେ ଲୋକମାନଙ୍କର ନାହଁ ନ ଥିବା ଭିଡ ପରିଲକ୍ଷିତ ହୋଇଥିଲା । ରଜପର୍ବ ବିଷୟରେ ଆମ ସାମ୍ବାଦିକ ଜନୈକ ନାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଆଜିର ଦିନରେ ସେ ନୂଆ ପୋଷାକ ପନ୍ଧିବା ସହିତ ଘରେ ପିଠାପଣାରେ ଦିନ କଟିଥିଲେ । ଘରେ ଖୁସିର ବାତାବରଣ ଦେଖାଯାଇଥିଲା । ବାପାମାଆ ଓ ଭାଇମାନଙ୍କ ମେଳରେ ଏବେ ପାର୍କରେ ବୁଲିବା ସହ ଆନନ୍ଦପ୍ରମୋଦ କରୁଛୁ ।

Leave A Reply

Your email address will not be published.