pakka

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ମହାସମାରୋହରେ ପାଳିତ

bbehera

କଳାହାଣ୍ଡି : (ପି. କେ. ସାହୁ) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ସକାଳ ଘ. ୯ଟା ସମୟରେ ଡ. ବି. ଆର୍. ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ସ୍ମୃତିସଭା, ଆଲୋଚନାଚକ୍ର ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ, ସମ୍ମାନିତ ଅତିଥି ରୂପେ ମୂଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ, ଭବାନୀପାଟଣା ଡ଼. ବିଶ୍ୱଜିତ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିଗଣ ଡ. ଆମ୍ବେଦକରଙ୍କୁ ବିଶିଷ୍ଟ ଜନନେତା, ସମାଜ ସଂସ୍କାରକ, ଅସାଧାରଣ ବ୍ୟକ୍ତିତ୍ଵ, ସମ୍ବିଧାନ ପ୍ରଣେତା , ଗଣତନ୍ତ୍ରର ମୁଖ୍ୟ ପୁରୋଧା, ବିଶିଷ୍ଟ ରାଜନୀତିଜ୍ଞ, ମହିଳାମାନଙ୍କ ଅଧିକାରରେ ସମାନତା, ସାମାଜିକ ନ୍ୟାୟର ପ୍ରତିଷ୍ଠାତା, ଦଳିତ ଓ ନିଷ୍ପେସିତଙ୍କ ପ୍ରାଣକର୍ତା ରୂପେ ଅଭିହିତ କରି ତାଙ୍କର ଆଦର୍ଶ ଓ ଜୀବନୀକୁ ପାଠ କରି ଆଗାମୀ ପିଢ଼ି ଏକ ସଶକ୍ତ, ବଳିଷ୍ଠ ଗଣତନ୍ତ୍ରରେ ଭାରତବର୍ଷକୁ ଦେଖିବା ଓ ସମସ୍ତେ ସାମାଜିକ ନ୍ୟାୟ ପ୍ରତି ଅଙ୍ଗୀକାର ହେବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଆଜି ସକାଳ ଘ. ୭.୩୦ ସମୟରେ ଶିକ୍ଷା ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ନକଟିଗୁଡା ଛକ ସ୍ଥିତ ଏବଂ ରେଲୱେ ଷ୍ଟେସନ୍‌ ଛକ ସ୍ଥିତ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରଯାଇଥିଲା । ସକାଳ ଘ ୮ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟସ୍ଥ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ, ବିଭାଗୀୟ ଅଧିକାରୀ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜ୍ୟପୂଜା କରଯାଇଥିଲା । ଏହି ଜୟନ୍ତୀ ଉପଲକ୍ଷେ ଭୋଟର ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ମହାବିଦ୍ୟାଳୟ ସ୍ତର ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ଏବଂ ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ହାଇସ୍କୁଲ୍ ଓ ୟୁପି ସ୍ତର ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ୍‌ ଓ ଟ୍ରଫି ପ୍ରଦାନ କରିଥିଲେ । ସଭାର ଆୟୋଜନ, ସଞ୍ଚାଳନ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା । ସଭାରେ ବିଭିନ୍ନ ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 × three =