ବାବା ସାହେବ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତି ଉପଲକ୍ଷେ ବିଶାଳ ଶୋଭାଯାତ୍ରା

ବାଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଳିତସମାଜ ପକ୍ଷରୁ ଆଜି ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତି ପାଳିତ ହୋଇଯାଇଛି । ଏଥିପାଇଁ ବଲାଙ୍ଗିର ସହରରେ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଜୟ ଭୀମ ନାରାରେ ବଲାଙ୍ଗିର ସହର ଉଛୁଳି ପଡିଛି । ସକାଳ ୧୧ଟାରୁ ସ୍ଥାନୀୟ କୋସଳ କଳାମଣ୍ଡଳ ପଡିଆଠାରେ ଏହି ଶୋଭାଯାତ୍ରା ବାହାରି ପିପିଏକାଡେମୀଛକ, ବିକ୍ରମଛକ, ଦୈନିକବଜାର, ସମଲେଶ୍ୱରୀ ମନ୍ଦିରଛକ, ପାଟଣାଛକରୁ ମୁଖ୍ୟବଜାର ରାସ୍ତାଦେଇ କଚେରୀଛକରେ ପହଞ୍ଚିଥିଲା । କଚେରୀଛକରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଦଳିତସମାଜର ସଭାପତି ବିଜୟ ବାରିକ, ଦଳିତନେତା ଦ୍ରୋଣ କୁମ୍ଭାର, କୁନା ବାଗ, ଶମ୍ଭୁ ନାଗ, ଅଜୟ ନାଗ, ଯୁବଯାଦବ ନେତା ସନ୍ଦୀପ ବାଗ, ଆଦିବାସୀନେତା ମୀନକେତନ ମାଝୀ, ସଦରବ୍ଲକର ପୂର୍ବତନ ଅଧ୍ୟକ୍ଷା ଲଳିତା ଦୀପ, କଂଗ୍ରେସର ଯୁବନେତା ମହମ୍ମଦ ଆକବର ଖାନ ପ୍ରମୁଖଙ୍କ ନେତୃତ୍ୱରେ ହଜାର ସଂଖ୍ୟାରେ ପୁରୁଷ / ମହିଳା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବାବା ସାହେବଙ୍କ ଜୟନ୍ତି ଉପଲକ୍ଷେ ଆଜି ରାଜନେତାମାନେ ମଧ୍ୟ ଶୁଭେଚ୍ଛା ଜଣାଇ ହୋଡିଂ ଗୁଡିକ ଲଗାଇଥିବା ଦେଖାଯାଇଥିଲା । ବିଜେଡିର ବିଧାୟକ ପ୍ରାର୍ଥି ତଥା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶନାରାୟଣ ସିଂଦେଓ ଓ କଂଗ୍ରେସର ବିଧାୟକ ପ୍ରାର୍ଥି ସମରେନ୍ଦ୍ର ମିଶ୍ର ତାଙ୍କ ସମର୍ଥକଙ୍କ ସହିତ ଆସି ଶୋଭାଯାତ୍ରାରେ ସାମିଲ ହେବା ସହିତ କଚେରୀଛକଠାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

Leave A Reply

Your email address will not be published.

15 − 1 =

error: Content is protected !!