pakka

ଶ୍ରୀରାମ ଚରିତ ମାନସ ମହାଯଜ୍ଞ ଓ ହନୁମାନ ଜୟନ୍ତୀ ପାଳିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ଘୋରଡିଆ ଗ୍ରାମର ଶ୍ରୀ ଶ୍ରୀ ମହବୀର ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ୨୯ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ମହାଯଜ୍ଞ ଓ ହନୁମାନ ଜୟନ୍ତୀ ପାଳିତ ଅନୁଷ୍ଠିତ ହୋଇଯାଇଛି । ପରମ କାରୁଣିକ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ମର୍ଯ୍ୟାଦା ପୁରୁଷୋତ୍ତମଙ୍କର ବିମଳ ଚରିତ୍ର ଉପରେ ଆଧାରିତ ଓ ତୁଳସୀ ଦାସଙ୍କ ରଚିତ ପଞ୍ଚ ଦିବସ ବ୍ୟାପି ପ୍ରବଚନ ଓ ମହାଯଜ୍ଞ ପ୍ରବଚକ ପଣ୍ଡିତ ବସନ୍ତ ବିଶୋଇ, ପଣ୍ଡିତ କୈଳାସ ପଣ୍ଡା, ପଣ୍ଡିତ ମାନସ ଲେଙ୍କା ଓ ମୁଖ୍ୟ ପୁରୋହିତ ଅରୁଣ ପଣ୍ଡା ଓ ସାଥୀବୃନ୍ଦ ବ୍ୟାସ ସୁରେଶ କୁମାର ମିଶ୍ର ଓ ପ୍ରମୋଦ ମିଶ୍ରଙ୍କ ଦ୍ୱାରା ଜୀଉଙ୍କ ନୀତିକାନ୍ତି ସୁଚାରୁ ରୂପେ କାର୍ଯ୍ୟକ୍ରମ ସମ୍ପାଦନା କରଯାଇଥିଲା । ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ରବିବାର ଗୋଧୂଳି ଲଗ୍ନରେ ଯଜ୍ଞ ପୂର୍ଣ୍ଣାହୁତି ହୋଇଛି ଓ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ପାଇଁ ପ୍ରସାଦ ଓ ପଣା ସେବନର ବ୍ୟବସ୍ଥା କରଯାଇଥିଲା । ଏଥିରେ ଶ୍ରୀ ଶ୍ରୀ ମହାବୀର ଜୀଉ ଭକ୍ତବୃନ୍ଦ, ଉପଦେଷ୍ଟା ମଣ୍ଡଳୀ ଓ ଗ୍ରାମବାସୀ ସହୋଯୋଗ କରିଥିଲେ । ସେହିପରି ଡେଲାଙ୍ଗ ରାମଚନ୍ଦ୍ରପୁରଠାରେ ହନୁମାନ ମନ୍ଦିର ସମେତ ବିଭିନ୍ନ ଧର୍ମ ପୀଠରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି ।

jay balangir
Leave A Reply

Your email address will not be published.

ten + 5 =