csstore

ପଖନମୁଣ୍ଡା ବିଦ୍ୟାଳୟରେ ବିଶ୍ୱ ବନ ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବନାଞ୍ଚଳ ଓ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପଖନମୁଣ୍ଡାରେ ବିଶ୍ୱ ବନ ଦିବସ ଆଜି ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ବିରଂଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରଦ୍ଧାଦେବ ବଡମାଳୀ, ରେଞ୍ଜର ମୁଖ୍ୟ ଅତିଥି, ଫକୀର ଚରଣ ବିଶି, ଅତିରିକ୍ତ ଶିକ୍ଷା ଅଧିକାରୀ ମୁଖ୍ୟବକ୍ତା, ଶ୍ରୀମତୀ ବିନୋଦିନୀ ନାଗ, ସରପଞ୍ଚ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ, ଧନସିଂ ମାଝୀ, ସିଆରସିସି, ମାନ୍ଦଲା, କୈବଲ୍ୟ ମାଝୀ, ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ଭାରତୀ ସାହୁ, ଅଙ୍ଗନୱାଡ଼ି କର୍ମୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବୃକ୍ଷ ଆମର ଦେବତା ଓ ସେ ଆମକୁ ମାଆ ଭଳି ସେବା ଯୋଗାଇ ଦିଏ ବୋଲି ଅତିଥିମାନେ ମତ ଦେଇଥିଲେ । ଛାତ୍ରୀ ମମିତା ନାଗ ଜଙ୍ଗଲର ଉପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାପରେ ସମସ୍ତେ ମିଶି ପ୍ଲାକାର୍ଡ ଧରି ଡାକବାଜି ଜନ୍ତ୍ର ସାହାଯ୍ୟରେ ବିଭିନ୍ନ ଶ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ଏହି ସଚେତନତା ସଭାରେ ବିଦ୍ୟାଳୟର ଶିକ୍ଷକ ମନୋଜ ତାଣ୍ଡି, ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି, ଲଳିତା ମାଝୀ, ଜୟ ନାଗ, ଶ୍ୟାମ ସୁନ୍ଦର ପାତ୍ର, କାନ୍ତ ନାଗ, ପିତାମ୍ବର ସାହୁ, ଶିବ ବାଗ, ବବଲା ମାଝୀ, ବିଦ୍ୟାଳୟର ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାବୃନ୍ଦ, ଗ୍ରାମବାସୀ ଓ ବନ କର୍ମଚାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.