pakka

ବିଶ୍ୱ ଜଙ୍ଗଲ ଦିବସ ଓ କବିତା ଦିବସ ପାଳନ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଚ୍ଚ ୨୧ ବିଶ୍ୱ ଜଙ୍ଗଲ ଦିବସ ଓ ବିଶ୍ୱ କବିତା ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକୃତି ମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ ଓ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ନିତ୍ୟାନନ୍ଦ ସ୍ୱାଇଁ ରେଂଜ ସ୍ଥିତ ବିଦ୍ୟୁତ ସେବାକେନ୍ଦ୍ର, ଇ-ଷ୍ଟାମ୍ପଙ୍ଗି ସେବାକେନ୍ଦ୍ର, ସ୍ମାର୍ଟ ଜୋନ ସମ୍ମୁଖରେ ଚାରୋଟି ବାଦାମ ଚାରା, ଦେବଦାରୁ ଚାରା ରୋପଣ କରି ଜନସଚେତନତା ସୃଷ୍ଟି କରିଛନ୍ତି । ଶ୍ରୀ ପାଢ଼ୀ ପରିବେଶ ସମ୍ବନ୍ଧୀୟ କବିତା ତାଙ୍କ ରଚିତ “ଗଛ ହସିଲେ ଜଗତ ହସେ’ ପୁସ୍ତକରୁ ପଢି ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଗ୍ଲୋବାଲ ୱାର୍ମିଂରୁ ରକ୍ଷା ପାଇବା ପାଇଁ ଗଛ ଲଗାଇବା ଜରୁରୀ ବୋଲି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିବା ସହ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋହରିର ଶ୍ରୀନିବାସ ସାହୁ, ଭଗବାନ ପ୍ରଧାନ, ଛାତ୍ରୀ ସରୋଜିନୀ ସ୍ୱାଇଁ, ମମତା ବାରିକ, ସ୍ମାର୍ଟ ଜୋନର ସତ୍ୱାଧିକାରୀ ଶତିକାନ୍ତ ସ୍ୱାଇଁ, ସବ୍ୟସାଚୀ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

8 + seventeen =