pakka

ବୌଦ୍ଧ ଜିଲ୍ଲା ସମସ୍ତ ବ୍ଲକର ବିଭିନ୍ନ ପୁରପଲ୍ଲୀରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳିତ

bbehera

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ, କଣ୍ଟାମାଲ ବ୍ଲକର ସମସ୍ତ ପୁରପଲ୍ଲୀରେ ଆନନ୍ଦର ପର୍ବ ହୋଲି ଉତ୍ସବକୁ ଗତକାଲି ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଗ୍ରାମ ଓ ସହରବାସୀ । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ଫିକା ପଡିଥିଲା ରଙ୍ଗର ପର୍ବ ହୋଲି । ତେଣୁ ଚଳିତ ବର୍ଷ ଏହା କୋହଳ ହେବା ପରେ ଧୁମ୍‌ଧାମ୍‌ରେ ରଙ୍ଗର ପର୍ବ ହୋଲି ଉତ୍ସବକୁ ସାଙ୍ଗ ସାଥି ଗାଁମାନଙ୍କରେ ପାଳନ କରିଛନ୍ତି ଜନସାଧାରଣ । କିଏ ମୁହଁରେ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇଛି ତ ଆଉ କିଏ ସମସ୍ତଙ୍କୁ ମିଠା ଖୁଆଇ ଏହି ହୋଲିର ପର୍ବକୁ ପାଳନ କରିଛନ୍ତି । ଏହି ଭଳି ଭାବରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ଏହି ରଙ୍ଗର ପର୍ବ ହୋଲି ଉତ୍ସବକୁ ପାଳନ କରିଛନ୍ତି ବୌଦ୍ଧ ଜିଲ୍ଲାବାସୀ ।

Leave A Reply

Your email address will not be published.

fifteen − fourteen =