pakka

ଖ୍ରୀଷ୍ଟିଆନ ଆସୋସିଏସନ୍ ତରଫରୁ ୩୯ତମ ଖ୍ରୀଷ୍ଟମାସ ମିଳନ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ଖ୍ରୀଷ୍ଟିଆନ ଆସୋସିଏସନ୍ ତରଫରୁ ୩୯ତମ ଖ୍ରୀଷ୍ଟମାସ ମିଳନ ସେଣ୍ଟ ଜନ ମିଶନ ସ୍କୁଲ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ଅଜୟ କୁମାର ଖାଲକୋଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାଦର ଆଲବର୍ଟ ଖେସ ଉଦ୍‌ଘାଟକ ଓ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ମୁଖ୍ୟ ଅତିଥି ଓ ରେଭ ସାମସନ ନିମାନ୍ସ ତିର୍କୀ ମୁଖ୍ୟବକ୍ତା ତଥା ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପସଭାପତି କମଳ ଲାକ୍ରା, ଝିରପାଣି ସରପଞ୍ଚ ଅଜିତ ତିର୍କୀ, ବିଶ୍ରା ବ୍ଲକ ଖ’ର ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ମହନ୍ତ, ବିଶ୍ରା ବ୍ଲକ କ’ର ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଶୀଲ କିଣ୍ଡୋ, ରାଉରକେଲା ମ୍ୟୁନିସିପାଲଟିର ପ୍ରାକ୍ତନ ଅଧ୍ୟକ୍ଷ ନିହାର ରାୟ, ଫାଦର ଆଶିଷ କୁମାର ସୋରେନ, ଡା. ଅଭିଜିତ ଲାକ୍ରା, ଗନରିଆନ ବକ୍ସଲା, ମାର୍କସ କେର୍କେଟା, ରୋହିତ ତନ୍ତୀ ପ୍ରମୁଖ ଯୋଗଦେଇ ବଡଦିନର ଶୁଭେଚ୍ଛା ସହ ପ୍ରଭୁ ଯୀଶୁଙ୍କ ବାର୍ତ୍ତା ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଓରାମ ଶରୀରକୁ ବିଜ୍ଞାନ ସହ ଯୋଡି ବକ୍ତବ୍ୟ ରଖିଥିଲେ । ଗୁଲସନ ଏକ୍କାଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଡଦିନର କେକ୍ କଟାଯାଇଥିଲା । ଅନୁଷ୍ଠାନ ତରଫରୁ ବିଭିନ୍ନ ଚର୍ଚ୍ଚ ମାଧ୍ୟମରେ କମ୍ବଳ ବଣ୍ଟନ କରାଯାଇଥିଲା । ଉପଦେଷ୍ଟା ଆନନ୍ଦ ଏକ୍କା ନିକଟ ଅତୀତରେ ପରଲୋକ ହୋଇଥିବା ସତୀଶ ଫ୍ରାଙ୍କଲିନ ତିର୍କୀ, ଫାଦର ଲରେଣ୍ଟସ ଲାକ୍ରା, ଜ୍ୟୋତି କେର୍କେଟା, ଦେୱାନ ଟିଗା, ଆଶ୍ରିତ ଲାକ୍ରା, ଏଥରନ ବାରା, ଜ୍ୟୋତି ଟେଟେଙ୍କ ବିୟୋଗରେ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଖ୍ରୀଷ୍ଟମାସ ଗୀତ ସହ ବାଇବେଲକୁ ସାଦ୍ରୀ, ଓଡିଆ, ହିନ୍ଦୀ ଓ ଇଂରାଜୀରେ ପଠନ କରାଯାଇଥିଲା । ଏହା ସହ ବିଭିନ୍ନ ଚର୍ଚ୍ଚ ତରଫରୁ ନୃତ୍ୟ ଗୀତର ପ୍ରତିଯୋଗିତା କରାଯାଇଥିଲା । ଶେଷରେ ରାଜେଶ ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅମିତ ବାରା, ଆଲିଶା ଲୁଗୁନ, ଆଶିଷ ତିର୍କୀ, ଜୋସ୍ନା କେର୍କେଟା, ବିଶ୍ୱଜିତ ବୋଷ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

two × 3 =