pakka

ସେଞ୍ଚୁରିଅନ ବିଦ୍ୟାଳୟର ବାର୍ଷିକ କ୍ରୀଡା ମହୋତ୍ସବ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ମାନସିକ ଅବସ୍ଥା ପାଇଁ କ୍ରୀଡାର ପ୍ରମୁଖ ଭୂମିକା ରହିଛି । କ୍ରୀଡା ହିଁ ମଣିଷକୁ କ୍ରିୟାଶୀଳ ଓ ପ୍ରତିଯୋଗକ୍ଷମ କରାଇଥାଏ । କ୍ରୀଡାର ଏହି ମହତ୍ତ୍ୱ ଓ ଗୁରୁତ୍ତ୍ୱକୁ ଛାତ୍ରଛାତ୍ରୀଙ୍କ ଜୀବନରେ ପ୍ରୟୋଗ କରିବା ପାଇଁ ଗତକାଲି ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୃପକ୍ଷ ବାର୍ଷିକ କ୍ରୀଡାର ଆୟୋଜନ କରିଥିଲେ । କ୍ରୀଡା ମହୋତ୍ସବର ଉଦ୍‌ଘାଟନ ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ଶ୍ରୀ ଷଡ଼ଙ୍ଗୀ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଜୀବନରେ ଖେଳର ପ୍ରମୁଖ ଭୂମିକା ରହିଛି । ଖେଳ ଶୃଙ୍ଖଳା ଓ ଅନୁଶାସନ ଶିଖାଇ ଥାଏ । ଉତ୍ସବରେ ଜେଆଇଟିଏମ (ସିଏଚଏସଇ) ବିଜ୍ଞାନର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିଥିଲେ । ସେଞ୍ଚୁରି ଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, (ବିଏସସି)ର ଅଧ୍ୟକ୍ଷ ସୋମନାଥ ଷଡ଼ଙ୍ଗୀ, ଫର୍ମାସୀ ବିଭାଗର ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସବୁ ବିଭାଗରେ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ । ଉତ୍ସବରେ ବିଦ୍ୟାଳୟର ବିଭିନ୍ନ ବିଭାଗରେ ପ୍ରତିଯୋଗୀମାନେ ଭାଗ ନେଇ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମଟି ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା । ସେଞ୍ଚୁରିଅନ ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଅରିନ୍ଦମ ପରିଛା, ରାଜେଶ ରଞ୍ଜନ ମିଶ୍ର, ସ୍ୱର୍ଣ୍ଣଜିତ ତ୍ରିପାଠୀ, ସତ୍ୟବ୍ରତ ଷଡ଼ଙ୍ଗୀ, ରାକେଶ ମେହେର, ଚନ୍ଦ୍ରଶେଖର ସେଠ କ୍ରୀଡା ଉତ୍ସବରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିଲେ । ଅନୁଷ୍ଠାନର ଖେଳ ପ୍ରଶିକ୍ଷିକା କ୍ରିଷ୍ଣାମୟୀ ଭାଇଁସାଲ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ । ପ୍ରତିଯୋଗୀମାନେ ଉତ୍ତମ ଖେଳ ପ୍ରଦର୍ଶନ କରି ସମସ୍ତଙ୍କୁ ଚମକୃତ କରିଦେଇଥିଲେ । ଅନୁଷ୍ଠାନର ସମସ୍ତ ଶ୍ରେଣୀ ଯେପରି ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ସ୍ନାତ୍ତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଅଧିକାଂଶ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଗୋଟିଏ ପଡିଆରେ ଉପସ୍ଥିତ ରହି ଖେଳ ପ୍ରଦର୍ଶନ କରିଥିଲେ । ଅନୁଷ୍ଠାନର ଏହି ପ୍ରୟାସକୁ ସହରରେ ସବୁ ମହଲରେ ସ୍ୱାଗତ କରାଯାଇଛି ।

jay balangir
Leave A Reply

Your email address will not be published.

2 + 3 =

error: Content is protected !!