pakka

ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

bbehera

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାପୀଠ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ତତ୍ୱାବଧାନରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷ୍ୟାବିତ୍‌ ତଥା ପଞ୍ଚସଖା ଉଚ୍ଚ ବିଦ୍ୟାପୀଠର ପ୍ରତିଷ୍ଠାତା ଘନଶ୍ୟାମ ବଗର୍ତ୍ତି ଉପସ୍ଥିତ ଥିବା ବେଳେ ଶକ୍ତି କ୍ଲବର ଦାୟିତ୍ଵରେ ଥିବା ଶିକ୍ଷକ ଅଶୋକ ବିଶ୍ୱାଳଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ରଚନା, ସାଧାରଣ ଜ୍ଞାନ ଓ ବକ୍ତୃତା ପତିଯୋଗିତା କରାଯାଇଥିବା ବେଳେ କୃତି ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଗ୍ରାମ୍ୟ ପରିଭ୍ରମଣ କରି ଶକ୍ତି ସଂରକ୍ଷଣ ଉପରେ ସଚେତନର ବାର୍ତ୍ତା ଦେଇଥିଲେ । ଏଥିରେ ଶିକ୍ଷକ ପ୍ରମୋଦ ସାହୁ, ଶ୍ୟାମସୁନ୍ଦର ପ୍ରତିହାରୀ, ସନ୍ତୋଷ କୁମାର ସେଠୀ, କୁଳେନ୍ଦ୍ର ବୈଠାରୁ, ବେଣୁଧର ରଣା, ଅନ୍ତର୍ଯ୍ୟାମୀ ସାହୁ, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପାତ୍ର ଓ ସମସ୍ତ କର୍ମଚାରୀ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

11 + eight =