pakka

ବନ ବିଭାଗ ଦ୍ୱାରା କୁଟୁରା ଛୁଆ ଉଦ୍ଧାର

bbehera

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଗାଁ ନିକଟରୁ ବନ ବିଭାଗ ଏକ କୁଟୁରା ଛୁଆ ବୁଧବାର ଉଦ୍ଧାର କରିଛି । ସୂଚନା ଅନୁସାରେ, ମହରାପଦର ଗାଁ ନିକଟରେ ଗ୍ରାମବାସୀମାନେ ଏକ କୁଟୁରା ଛୁଆ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ହରିଶଙ୍କର ବନପାଳ ସନ୍ଧ୍ୟା ରାଣୀ ସେଠ୍‌ଙ୍କ ନେତୃତ୍ୱରେ ଏକ ବନ ବିଭାଗ ଦଳ ପହଞ୍ଚି କୁଟୁରା ଛୁଆକୁ ଉଦ୍ଧାର କରି ହରିଶଙ୍କର ହରିଣ ପାର୍କକୁ ନେଇଥିଲେ । ସେଠାରେ କୁଟୁରା ଛୁଆର ସ୍ୱାସ୍ଥ୍ୟ ପରୀକ୍ଷା କରି ଥିବା ବେଳେ ତାର ସ୍ୱାସ୍ଥ୍ୟ ଠିକ୍ ଥିବା ବ୍ଲକ ସହ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା. ସୁଜିତ କୁମାର ଶତପଥୀ କହିଛନ୍ତି । ଉଦ୍ଧାର କୁଟୁରା ଛୁଆଟି ୩ରୁ ୪ ମାସ ବୟସର ହୋଇଥିବା ବନପାଳ ଶ୍ରୀମତୀ ସେଠ୍ କହିଛନ୍ତି । ଉଦ୍ଧାର ସମୟରେ ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନା, ବନ ରକ୍ଷୀ ମହେନ୍ଦ୍ର କାଲସାଏ, ମିଥୁନ ମିର୍ଦ୍ଧା ସମେତ ବନ୍ୟ ପ୍ରାଣୀ ସୁରକ୍ଷା କର୍ମୀ, ମହରାପଦର ଗ୍ରାମବାସୀ ଉପସ୍ଥିତ ଥିଲେ । କୁଟୁରା ଛୁଆଟି ଗନ୍ଧମାର୍ଦ୍ଦନ ପାହାଡ଼ରୁ ଆସିଥିବା ଅନୁମାନ କରାଯାଉଛି ।

jay balangir
Leave A Reply

Your email address will not be published.

14 − 8 =