pakka

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ରହ୍ମଗିରି ବ୍ଲକ ତରମାଳ ପଞ୍ଚାୟତରେ ପୂର୍ବତନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ୨୪ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂଆପଡ଼ା ଠାରୁ ବାଲିଘାଇ ଶଙ୍ଖ ପର୍ଯ୍ୟନ୍ତ କେନାଲ ରାସ୍ତାର ଜଳସମ୍ପଦ ବିଭାଗ ଦ୍ବାରା ଉନ୍ନତିକରଣ, ୩୫ ଲକ୍ଷ ବ୍ୟୟ ବରାଦରେ ତଳକୋକଲ କଲ୍ୟାଣ ମଣ୍ଡପ, ୧୦ ଲକ୍ଷ ବ୍ୟୟ ବରାଦରେ ତରମାଳ ବ୍ରିଜ ଛକ ହାଟର ନୂତନ ଗୃହ, ୭.୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂଆପଡ଼ା ବଡ଼ପୋଖରୀର ପଞ୍ଚାୟତ ରାଜ ବିଭାଗ ଦ୍ଵାରା ଉନ୍ନତିକରଣ ଏବଂ ୭ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂଆପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ ଓ ସମ୍ମାନୀତ ଅତିଥି ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ତରମାଳ ସରପଞ୍ଚ ଦିନବନ୍ଧୁ ମହାପାତ୍ର, ସମିତି ସଭ୍ୟା ମାମା ସେଠୀ, ପୂର୍ବତନ ସରପଞ୍ଚ ବାଳକୃଷ୍ଣ ପେଣ୍ଠୋଇ, ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ପରିଡ଼ା, କୁସୁବେଣ୍ଟି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରାଧାକାନ୍ତ ସାହୁ, ସମିତି ସଭ୍ୟାଙ୍କ ପ୍ରତିନିଧି ବୃନ୍ଦାବନ ପ୍ରଧାନଙ୍କ ସମେତ ପଞ୍ଚାୟତର ବହୁ ବିରିଷ୍ଟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twenty − nineteen =