pakka

୨୪ ଏକାଦଶୀ ଉଦ୍‌ଯାପନ ସହ ବିଶ୍ୱଶାନ୍ତି ଅଷ୍ଟପ୍ରହରୀ ନାମ ସଂକିର୍ତ୍ତନ୍ୟ ଏବଂ ଶ୍ରୀମଦ୍‌ ଭାଗବତ ପଠନ

bbehera

ମହିମୁଣ୍ଡା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକର ମହିମୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିହିବନ୍ଧ ଗ୍ରାମ ଠାରେ ଗ୍ରାମର ‘ଗାଂଧାରୀ ମହିଳା ସେବା ସଂଗଠନ’ ଆନୁକୂଲ୍ୟରେ ଗତ ୨୦୨୧ ମସିହା ମାର୍ଗଶୀର ମାସରୁ ବର୍ଷ ବ୍ୟାପି ୨୪ ଏକାଦଶୀ ରାତ୍ରୀ ଜାଗରଣ ଉତ୍ସବ ପାଳନ କରି ଗତ କାର୍ତ୍ତିକ ମାସ ତା. ୪.୧୧.୨୦୨୨ ଦିନ ଏକାଦଶୀ ଉଦ୍‌ଯାପନୀ ଉତ୍ସବ ପାଳନ କରିବା ସଙ୍ଗେ ସଙ୍ଗେ ତା.୯.୧୧.୨୦୨୨ରେ ବିଶ୍ୱଶାନ୍ତି ଉପଲକ୍ଷେ ଏକ ଅଷ୍ଟପ୍ରହର ନାମ ସଂକିର୍ତ୍ତନ୍ୟ ଉତ୍ସବ ତଥା ହୋମ ଯଜ୍ଞ କାର୍ଯ୍ୟ ସମାପନ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ଏକାଦଶୀ ପାଳନରେ ପରମାନନ୍ଦ ପ୍ରଧାନ ଏବଂ ସହଧର୍ମିଣୀ ଶ୍ରୀମତୀ ମଞ୍ଜୁଲତା ପ୍ରଧାନ ରହିଥିଲେ ଏବଂ ଅଷ୍ଟପ୍ରହରୀ ନାମଯଜ୍ଞର କର୍ତ୍ତା ଭାବେ ଶରତ ଚନ୍ଦ୍ର ସାହୁ ତଥା ତାଙ୍କ ସହଧର୍ମିଣୀ ଶ୍ରୀମତୀ ଗୀତାଞ୍ଜଳି ସାହୁ କାର୍ଯ୍ୟ ତୁଳାଇ ଥିଲେ । ଏହା ସହ କାର୍ତ୍ତିକ ମାସ ବ୍ରତ ସମାପନ ପରେ ପରେ ସଂଗଠନର ଆବାହନ କ୍ରମେ ମାର୍ଗଶୀର ମାସର ପ୍ରତ୍ୟେକ ଗୁରୁବାର ମହାଲକ୍ଷ୍ମୀଙ୍କର ପୂଜନ ତଥା ପୂରାଣ ପାଠ କରାଯାଇଥିଲା । ଶେଷ ଗୁରୁବାର ତା.୮.୧୨.୨୦୨୨ ଦିନ ପୂରାଣ ପାଠ ସମାପନ କରାଯାଇ ତା.୯.୧୨.୨୦୨୨ ଦିନ ଗ୍ରାମର ସମସ୍ତ କୁନି କୁନି ପୁଅ ଝିଅମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ପୁନଶ୍ଚ ଗ୍ରାମର ମହିଳାମାନେ ଆଗାମୀ ବର୍ଷ ପାଇଁ ପ୍ରତ୍ୟେକ କୃଷ୍ଣପକ୍ଷର ଶିବ ଚତୁର୍ଦ୍ଦଶୀ ରାତ୍ରୀ ଜାଗରଣ ଉତ୍ସବ ପାଳନ ପାଇଁ ସଂକଳ୍ପ କରି ଗତ ତା.୨୨.୧୧.୨୦୨୨ ଠାରୁ ଆରମ୍ଭ କରିଛନ୍ତି । ଏଠାରେ କର୍ତ୍ତା ଭାବେ ଶରତ ଚନ୍ଦ୍ର ସାହୁ ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଗୀତାଞ୍ଜଳି ସାହୁ କାର୍ଯ୍ୟ ତୁଳାଇବେ । ଏଥି ସହିତ ମହିଳାମାନେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଶ୍ରୀମଦ୍‌ ଭାଗବତ ପାଠ କରିବାକୁ ସଂକଳ୍ପ କରି ଗତ ତା.୧୧.୧୨.୨୦୨୨ ଠାରୁ ଭାଗବତ ପଠନ ସନ୍ଧ୍ୟା ଘ.୭.୦୦ରୁ ଘ.୮.୦୦ ପର୍ଯ୍ୟନ୍ତ କରାଯାଉଅଛି । ପ୍ରଥମ ଦିନ ଭାଗବତ ପାଠ ଶ୍ରୀମତୀ ଅଞ୍ଜଳି ସେଠଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରତ୍ୟହ ସନ୍ଧ୍ୟାରେ ଗ୍ରାମର ସମସ୍ତେ ହରିକଥା ଶ୍ରବଣ କରିପାରୁଛନ୍ତି । ଗ୍ରାମର ମହିଳାମାନଙ୍କ ଏହି କାର୍ଯ୍ୟକ୍ରମରେ ଗ୍ରାମର ତଥା ପଡୋଶୀ ଗ୍ରାମର ଲୋକେ ଆନନ୍ଦରେ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.

13 − 8 =