om academy

ବଲାଙ୍ଗିର ସଂସ୍କାର ଭାରତୀରେ ଜନ୍ମାଷ୍ଟମୀ ପାଳିତ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ନଗର ଜୁହ୍ନାଡିହି, ବଲାଙ୍ଗିରଠାରେ ସଂସ୍କାର ଭାରତୀ ବଲାଙ୍ଗିର ଆନୁକୁଲ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସାହର ସହ ପାଳିତ ହୋଇଯାଇଛି । ଏ ଅବସରରେ ଏକ କୃଷ୍ଣଲୀଳା ବେଶ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବଲାଙ୍ଗିରର ବିଭିନ୍ନ ଅଂଚଳର ଅନେକ ଛୋଟ ଛୋଟ ପୁଅ ଝିଅମାନେ ଭାଗ ନେଇ ନିଜକୁ ରାଧା, କୃଷ୍ଣ, ସୁଦାମା, ବଳରାମ, ଯଶୋଦା ତଥା ନନ୍ଦରାଜା ଭାବରେ ବିଭିନ୍ନ ରଙ୍ଗ ବେରଙ୍ଗ ବେଶ ପୋଷାକରେ ସଜେଇ ହୋଇ ଏକ ରଙ୍ଗମୟ ପରିବେଶ ସୃଷ୍ଟି କରିଥିଲେ । ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା ପରେ ସମସ୍ତ କୃଷ୍ଣଲୀଳା ବେଶଧାରୀ ଶିଶୁଗଣଙ୍କୁ କୀର୍ତ୍ତନ ଦଳର ଖୋଳ କରତାଳ ଓ ଭଜନ ସହ ନଗର ପରିକ୍ରମା କରିବା ସହ ଶ୍ରଦ୍ଧାଳୁ ନଗରବାସୀ ନିଜ ନିଜ ଦ୍ୱାର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସ୍ଥାପନ ପୂର୍ବକ ଧୂପ, ଦୀପ, ନୈବେଦ୍ୟ ଓ ଫୁଲ ଚନ୍ଦନ ଦେଇ କୃଷ୍ଣଲୀଳା ବେଶ ଧାରୀ ବାଳକ ବାଳିକାମାନଙ୍କୁ ବନ୍ଦାପନା କରିବାର ଏକ ମନୋରମ ଦୃଶ୍ୟ ଆମ ସାଂସ୍କୃତିକ ପରଂପରାକୁ ସ୍ମରଣ କରାଇ ଦେଉଥିଲା । ତାପରେ ସଭା କାର୍ଯ୍ୟରେ ସଂସ୍କାର ଭାରତୀ ବଲାଙ୍ଗିରର ସାଧାରଣ ସଂପାଦକ ଦିଲ୍ଲୀପ କୁମାର ସିଂହଦେଓ ଆଜିର ଯୁଗରେ ପରମ ଯୋଗୀ ଶ୍ରୀକୃଷ୍ଣଙ୍କ ମହାନତାଦର୍ଶର ପ୍ରାସଙ୍ଗିକତା ସମ୍ବନ୍ଧରେ ପ୍ରତିଭାଗି ତଥା ଅଭିଭାବକମାନଙ୍କୁ ଆଲୋକପାତ କରିଥିଲେ । ସଭାପତି ବାସୁଦେବ ମେହେର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଜିଲ୍ଲା ସଂଯୋଜକ ପ୍ରଭାକର ମିଶ୍ର, କାର୍ଯ୍ୟକାରୀ ସଂପାଦକ ମଳୟ ତ୍ରିପାଠୀ, ଉପସଭାପତି ମୁରଲିଧାରୀ ପତି, କୋଷାଧ୍ୟକ୍ଷ ମାନସ ରଂଜନ ସାହୁ, ସଭ୍ୟ ନିରଂଜନ ରଥ, ବୁଦ୍ଧିସାଗର ଯୋଷୀ, ରାହାସ ବିହାରୀ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଡ. ବ୍ରଜ କିଶୋର ପଣ୍ଡା ମଂଚ ପରିଚାଳନାରେ ସହଯୋଗ କରିଥିଲେ ଓ ଆର୍ତ୍ତତ୍ରାଣ ବାଗ ଓ ସାଥି କୀର୍ତ୍ତନରେ ସହଯୋଗ କରିଥିଲେ । ବିଭିନ୍ନ ବେଶ ପୋଷାକରେ ସୁସଜ୍ଜିତ ଶିଶୁମାନେ ମଂଚରେ ନିଜ ନିଜ ଚରିତ୍ରାଭିନୟ ପ୍ରଦର୍ଶନ କରିଥିଲେ ଓ ପରେ ପରେ ସେମାନଙ୍କୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ପ୍ରସାଦ ସେବନ ପୂର୍ବକ ଏହି ମନୋରମ କାର୍ଯ୍ୟକ୍ରମଟି ମହାନନ୍ଦରେ ପରିସମାପ୍ତ ହୋଇଥିଲା ।

Leave A Reply

Your email address will not be published.