om academy

ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଭାବରେ ପୁଣି ଥରେ ଚୟନ ହେଲେ ରାଜେନ୍ଦ୍ର ପ୍ରସାଦ ହୋତା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଯୁବ ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତେବେ ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଭାବରେ ପୁଣି ଥରେ ରାଜେନ୍ଦ୍ର ପ୍ରସାଦ ହୋତାଙ୍କୁ ଚୟନ କରାଯାଇଥିବା ବେଳେ ଏଥିପାଇଁ ଶ୍ରୀ ହୋତାଙ୍କୁ ଜିଲ୍ଲା ବିଜୁ ପରିବାର ତରଫରୁ ତଥା ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।

Leave A Reply

Your email address will not be published.