om academy

ମାନବିକତାର ପରିଚୟ ଦେଖାଇଲେ ପୌରାଧ୍ୟକ୍ଷା ଲିକା ସାହୁ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସୁଦୁର ଢେଙ୍କାନାଳ ଜିଲ୍ଲାରୁ ଆସି ବ୍ୟବସାୟ କରୁଥିବା ଜଣେ ଛୋଟ ବ୍ୟବସାୟୀ ଶରତ ନାଥ ହୃଦଘାତ ଯୋଗୁଁ ଗତକାଲି ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶବକୁ ଗାଁକୁ ତଥା ଢେଙ୍କାନାଳକୁ ନେବା ପାଇଁ ପରିବାର ପାଖରେ ପଇସା ନଥିଲା । ତେବେ ଏହି ଖବର ପାଇ ପୌରାଧ୍ୟକ୍ଷା ଲିକା ସାହୁ ସଙ୍ଗେ ସଙ୍ଗେ ବଲାଙ୍ଗିର ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ଆସି ଶେଷ ଦର୍ଶନ କରି ଶରତଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ପରିବାର ପାଖକୁ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ । ପୌରାଧ୍ୟକ୍ଷାଙ୍କ ଏହି ମାନବିକତା ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.