csstore

ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନଃର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ (ନିରତାର) କେନ୍ଦ୍ର ତରଫରୁ କରୋନା କୋଭିଡ-୧୯ କଟକଣା ଅନୁପାଳନ ପୂର୍ବକ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଅଛି । ସେଂଟର ଅଫିସ ଇନଚାର୍ଜ ସୁରେନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ମାନୀତ ଅତିଥି ଭାବରେ ମ୍ୟୁନିସିପାଲିଟି ଏକ୍‌ଜ୍ୟୁକିଟିଭ୍‌ ଅଫିସର ମନୋଜ ସତ୍ୟବାନ ମହାଜନ, ଜିଲ୍ଲା ଚିକିତ୍ସା ଅଧିକାରୀ ଡ.ଭୀମ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଡିଏସଏସଓ ନବ କିଶୋର ସାହୁ, ଡ. ଜେ.କେ ପୃଷ୍ଟି, ଡ.ଆର୍ଶିବାଦ ଶତପଥି, ଡ.ପୁଷ୍ପରଂଜନ ମିଶ୍ର ପ୍ରମୁଖ ଯେଗାଦାନ କରିଥିଲେ । ଭିନ୍ନକ୍ଷମ ହେଲେ ମଧ୍ୟ ଦିବ୍ୟଙ୍ଗମାନେ ବିଭିନ୍ନ କ୍ଷେତ୍ରରେ ନିଜସ୍ୱ ପାରଦର୍ଶିତା ପ୍ରଦର୍ଶନ କରି ଦେଶ ତଥା ସମାଜର ଗୌରବ ଆଣିବା ସହ ମାନବିକତା ସେବାରେ ସେମାନଙ୍କ ଦୃଷ୍ଟାନ୍ତ ମୂଳକ ଯୋଗଦାନ ବିଷୟରେ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଚଳିତ ବଷର୍ର “ଲିଭ ନୋ ୱାନ୍‌ ବିହାଇଣ୍ଡ” ବାର୍ତ୍ତା ପ୍ରଦାନ କରି ଏ ଦିଗରେ ସମସ୍ତ ଅଧିକାରୀ ଏବଂ ବ୍ୟକ୍ତି ବିଶେଷ ଦିବ୍ୟାଙ୍ଗ ମାନଙ୍କୁ ସ୍ନେହ ସଦ୍‌ଭାବ ପ୍ରଦର୍ଶନ ପୂର୍ବକ ସେମାନଙ୍କ ସାମାଜିକ ଏବଂ ସାଂସ୍କୃତିକ ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଅଛନ୍ତି ।

ଏହି ଅବସରରେ ଦିବ୍ୟାଙ୍ଗମାନଙ୍କୁ ଟ୍ରାଇ ସାଇକଲ ଏବଂ ଟ୍ରାନ୍‌ସ୍‌ଜେଣ୍ଡରଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ପରେ ଦିବ୍ୟାଙ୍ଗ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ, ରବି ଚନ୍ଦ୍ର ପଶାୟତ, ସର୍ବଶିକ୍ଷା ଅଭିଯାନର ଆଇ.ଡି ସଂଯୋଜକ ପ୍ରଶାନ୍ତ ସରାପ, ବାବୁଲାଲ ସୁନା, ସୋମ୍ୟ ମିଶ୍ର, ରିଙ୍କୁ ବାରିକ, ସଂଗୀତା ରାଉତ, ବିଭିନ୍ନ ବ୍ଲକର ବି.ଆର.ଟି, ଦିବ୍ୟାଙ୍ଗ ତଥା ଜନସାଧାରଣ ଉପସ୍ଥିତ ଥିଲେ । ରଂଜିତା ପଣ୍ଡା ଏବଂ ପଙ୍କଜ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଡ. ସୂରଜ କୁମାର ବଡଜେନା (ଫିଜିଓଥେରାପିଷ୍ଟ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.