om academy

ଅଧ୍ୟାପକ ରମାକାନ୍ତ ସା’ଙ୍କ ଅକାଳ ମୃତ୍ୟୁ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ଜମଲା +୨ ମହା ବିଦ୍ୟାଳୟର ଓଡିଆ ଅଧ୍ୟାପକ ରମାକାନ୍ତ ସା’ଙ୍କର ଏକ ଦୁର୍ଘଟଣାରେ ମାତ୍ର ୫୦ ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଛି । କୁଚିପାଲି ବାସିନ୍ଦା ସ୍ବର୍ଗତ ସା’ ପଦ୍ମପୁରରେ ରହୁଥିଲେ । କୁଚିପାଲିରୁ ମୋଟର ସାଇକଲରେ ଆସୁଥିବା ବେଳେ ଏକ ମିନିଟ୍ରକ ତାଙ୍କୁ ଜୋର୍‌ରେ ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ସର୍ବଦା ହସ ହସ ମୁହଁରେ ରହୁଥିବା ସ୍ବର୍ଗତ ସା’ ଛାତ୍ରଛାତ୍ରୀ, ସହକର୍ମୀ ତଥା ସାଧାରଣ ମହଲରେ ବେଶ୍‌ ଜଣାଶୁଣା ଥିଲେ । ଅଧ୍ୟାପନା ସହିତ ବିଭିନ୍ନ ସାହିତ୍ୟକ ତଥା ସାଂସ୍କୃତିକ ଅନୁଷ୍ଠାନ ତଥା କାର୍ୟ୍ୟକ୍ରମରେ ତାଙ୍କର ସଂପୃକ୍ତି ରହିଥିଲା । ପଦ୍ମପୁର “ସମ୍ବାଦ ସାହିତ୍ୟ ଘର” ଓ “ଗୁରୁ ପ୍ରକାଶନୀ”ର ସେ ଜଣେ ସକ୍ରିୟ ସଭ୍ୟ ଥିଲେ । ତାଙ୍କର ମୃତ୍ୟୁକୁ ନେଇ ପଦ୍ମପୁର ସହରରେ ଶୋକ ଛାୟା ଯାଇଛି ।

Leave A Reply

Your email address will not be published.