om academy

ଶିକ୍ଷକ ସରୋଜ କୁମାର ସାହୁଙ୍କ ପରଲୋକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳେ ପଦ୍ମପୁର ଟାଉନ ହାଇସ୍କୁଲର ସଂସ୍କୃତ ଶିକ୍ଷକ ସରୋଜ କୁମାର ସାହୁଙ୍କ ହୃଦଘାତରେ ଆକସ୍ମିକ ମୃତ୍ୟୁ ଘଟିଛି । ସ୍ବର୍ଗତ ସାହୁ ଜଣେ ଖୁସି ମିଜାଜ୍‌ର ବ୍ୟକ୍ତି ଥିଲେ । ଶିକ୍ଷକତା ସହିତ ବିଭିନ୍ନ ପ୍ରକାର ଲୋକ ବାଦ୍ୟ ତଥା ଶାସ୍ତ୍ରୀୟ ବାଦ୍ୟ ବାଦନରେ ତାଙ୍କର ପାରଦର୍ଶିତା ଥିଲା । ଜଣେ ମୃଦଙ୍ଗ ବାଦକ ଭାବେ ସେ ଗ୍ରାମାଞ୍ଚଳରେ ବେଶ ଚର୍ଚ୍ଚିତ ଥିଲେ । ପଦ୍ମପୁର ସହର ଉପକଣ୍ଠ ସ୍ଥିତ ବରିକେଲ ଗ୍ରାମର ସ୍ବର୍ଗତ ସାହୁ ସ୍ଥାନୀୟ ଅଗ୍ରଣୀ ନୃତ୍ୟ ସଂସ୍ଥା “ସାଂସ୍କୃତିକା”ର ଢୋଲ ବାଦକ ଭାବେ ରାଜ୍ୟ ଓ ତଥା ଜାତୀୟ ସ୍ତରରେ ବିଭିନ୍ନ ରଙ୍ଗ ମଞ୍ଚରେ ସ୍ବକୀୟ ପ୍ରତିଭା ଦେଖାଇ ଚର୍ଚ୍ଚିତ ଥିଲେ । କିଛି ବର୍ଷ ହେଲା ନିଜସ୍ୱ ଉଦ୍ୟମରେ ନିଜ ଗାଁରେ ଏକ ନୃତ୍ୟ ଆନୁଷ୍ଠାନ ଗଢିଥିଲେ । ତାଙ୍କର ମୃତ୍ୟୁରେ ପଦ୍ମପୁର ଅଞ୍ଚଳର ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଏକ ବିଶେଷ କ୍ଷତି ଘଟିଛି ।

Leave A Reply

Your email address will not be published.