oom

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେବା ଓ ଶିକ୍ଷା ପାଠ୍ୟକ୍ରମରେ ତାହାକୁ ସାମିଲ୍‌ କରିବାର ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ଦାବୀରେ କୋସଲ ରାଜ୍ୟ ସମନ୍ୱୟ ସମିତିର ବିକ୍ଷୋଭ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବଲାଙ୍ଗିର ଠାରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେବା ଓ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରିବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟହାର ଦାବୀରେ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବୀପତ୍ର ପ୍ରଦାନ କରାଯାଇଛି । କୋଭିଡ୍‌ କଟକଣାକୁ ଆଖି ଆଗରେ ରଖି ଓ ସମାଜିକ ଦୂରତ୍ୱ ଅବଲମ୍ବନ କରି ବହୁ ବୁଦ୍ଧିଜିବୀ, ସାମାଜିକ ସଂଗଠନ ଓ ଯୁବ ସଂଗଠକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ରଙ୍କ ନେତୃତ୍ୱରେ ତଥା ସଂଗଠନର ବଲାଙ୍ଗିର ଜୋନ ସଂଗଠକ ଶରତ ହୋତାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ବରିଷ୍ଠ ନେତା ବିକ୍ରମାନନ୍ଦ ବହିଦାର, କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଂଜନ ସାହୁ, ସାଧାରଣ ସଂପାଦକ ବିଭୁଦତ୍ତ ମିଶ୍ର, ବରିଷ୍ଠ ଶିକ୍ଷାବିତ୍‌ ଗୋପଭୂଷଣ ନାଥ, ବରିଷ୍ଠ ନାଗରିକ ମନୋରଂଜନ ମିଶ୍ର, ବିଶିଷ୍ଟ ଶ୍ରମିକ ନେତା ରବି ଶଙ୍କର ମିଶ୍ର, ବିଶିଷ୍ଟ କୋସଲବାଦୀ ନେତା ରଣରାଜ ସିଂଦେଓ, ବରିଷ୍ଠ ନାଗରିକ ଗୋବର୍ଦ୍ଧନ ପାଣ୍ଡିଆ, ନାରୀ ନେତ୍ରୀ ନିରୁପମା ଉଦ୍‌ଗାତା, ବନଲତା ମାଝି, ଯୁବ ସଂଗଠକ ରିଲୁ ରଥ, ବିନୋଦ କାଲସାଏ, ବନମାଲି ନାଏକ, ଗିରିରାଜ ଡାଙ୍ଗ, ରବି ଖମାରୀ, ସଂଜୟ ସାହୁ, କର୍ମ·ରୀ ନେତା ଜ୍ୟୋତି ରଂଜନ ମହାନ୍ତି ତଥା ଅବସରପ୍ରାପ୍ତ ସୈ÷ନିକ ସଂଗଠନର ବହୁ କର୍ମକର୍ତ୍ତା ଯୋଗଦାନ କରିଥିଲେ ।

ଉପସ୍ଥିତ ଜନ ସାମାଗମକୁ ଉଦ୍‌ବୋଧନ ଦେଇ କେନ୍ଦ୍ରୀୟ ଅଧ୍ୟକ୍ଷ ଶ୍ରୀ ମିଶ୍ର ଆଗାମୀ ଏକ ମାସ ମଧ୍ୟରେ ରାଜ୍ୟ ସରକାର ଉପରୋକ୍ତ ନିଷ୍ପତ୍ତି ସବୁ ପ୍ରତ୍ୟାହାର ନ କଲେ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ । ବିକ୍ଷୋଭ ଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଦାବୀପତ୍ର ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.