pakka

ବେଲପଡାରେ ଗଙ୍ଗାଧର ଜୟନ୍ତୀ ଓ ଆଲୋଚନାଚକ୍ର ପାଳିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ଆନୁକୂଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଓ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାରସ୍ଵତ ସଭାରେ କଣ୍ଟାବାଞ୍ଜି କେ.ଭି କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସଂଜୟ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଗଙ୍ଗାଧର ମେହେରଙ୍କ ସୃଷ୍ଟି ସମ୍ଭାରରେ ସ୍ଥାନୀୟ ଲୋକ ଚଲଣୀରେ ଥିବା ମିଛ ଓ ବିଶ୍ଵାସର କିପରି ଅବତାରଣା ହୋଇଛି ଆଲୋକପାତ କରିବା ସଙ୍ଗେ ପଶ୍ଚିମାଞ୍ଚଳର ପ୍ରସିଦ୍ଧ ସ୍ଥାନମାନଙ୍କର ସଂପର୍କରେ କିପରି କୁଶଳ ପ୍ରଯୋଗ କରି ମାତୃଭୂମି ଓ ମାତୃଭାଷାର ପ୍ରତି ସମ୍ମାନ ପ୍ରଦର୍ଶନ କରିଛନ୍ତି ଆଲୋଚନା କରିଥିଲେ । ଡକ୍ଟର ଗୋବର୍ଦ୍ଧନ ନାୟକ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କବିଙ୍କ ରଚନାବଳୀର କୋଶଳୀ ଶବ୍ଦାବଳୀର କିପରି ସଫଳ ପ୍ରଯୋଗ ହୋଇଛି ବୋଲି ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ବ୍ୟକ୍ତ କରିଥିଲେ । ବେଲପଡା କଲେଜର ଅଧ୍ୟାପକ ମନୋଜ କୁମାର ମହାକୁଡ଼ ମୁଖ୍ୟ ଅତିଥି ଓ ବିଶିଷ୍ଟ ସମାଜସେବୀ ଲକ୍ଷଣ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠିତ ଆଲୋଚନାଚକ୍ରରେ ଅଧ୍ୟାପକ ସୁରେଶ ଚନ୍ଦ୍ର ମେହେର, ଅମ୍ବରିଶ ମେହେର, ସୁଦାମ ଚନ୍ଦ୍ର ମହାପାତ୍ର, ନିରଞ୍ଜନ ବେହେରା, ପ୍ରସନ୍ନ ମିଶ୍ର, ହରେକୃଷ୍ଣ ନାଏକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କବିତା ଆସରରେ କବିତା ପାଠ କରିଥିଲେ ଶ୍ରୀମତୀ ଗୀତାଞ୍ଜଳି ନାୟକ, ଡାକ୍ତର ସୁମନ୍ତ ପାଢୀ, କୋଶଲୀ କବି ଆଶୁତୋଷ ଠାକୁର, କଲ୍ଲୋଳିନୀ ମିଶ୍ର ସଂଯୋଜନା କରିଥିବା ବେଳେ ବିଶିଷ୍ଟ ନାରୀକବି ଶ୍ରୀମତୀ ଯଜ୍ଞସେନୀ ଠାକୁର ସଭାରେ ଆବାହ ସ୍ୱାଗତ ଗାନ କରିଥିଲେ । ବେଲପଡା କଲେଜର ତିନି ଜଣ ଛାତ୍ରଛାତ୍ରୀ ନିକିତା, ବୀଣା, ଯୁଗେଶ୍ଵରୀ ସଂଗୀତ ଗାନ କରିଥିଲେ । ଏଥିରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ସଭାରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

nineteen − fifteen =