pakka

ଶେଷ ଶ୍ରାବଣ ପୂର୍ଣ୍ଣିମାରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା ତଥା ଭାଗବତ ଟୁଙ୍ଗି ପୁରାଣ ପାଠ

kalikesh

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ରାଣୀପୁର ଝରିଆଲ୍ ଶେଷ ଶ୍ରାବଣ ପୂର୍ଣ୍ଣିମାରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା ତଥା ଭାଗବତ ଟୁଙ୍ଗି ପୁରାଣ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଇବାହାଲ ଜଗନ୍ନାଥ ଭାଗବତ ଟୁଙ୍ଗିର ୧୫ ଜଣ ଭକ୍ତ ଓ ସେବାୟତଙ୍କ ଦ୍ଵାରା ପୁରାଣ ପାଠ ଓ ଭାଗବତ ପାଠ ଅନୁଷ୍ଠିତ ହୋଇଯାଇଛି । ଅନଙ୍ଗ ଦାସ ଭକ୍ତ ତଥା ଗାୟକଙ୍କ ନେତୃତ୍ୱରେ ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ନାମ ଗାନକରି ବିଶ୍ଵର କଲ୍ୟାଣ ପାଇଁ ପୂଜାପାଠ କରାଯାଇଥିଲା । ଉକ୍ତ ଭାଗବତ ଟୁଙ୍ଗି ପ୍ରାୟ ୧୨ ବର୍ଷ ହେବ ମହାପ୍ରଭୁଙ୍କ ସେବାରେ ଯଜମାନ ନିମନ୍ତ୍ରଣରେ ଅବିରତ ସେବାରେ ଯାଉଛନ୍ତି ବୋଲି ଜଣାପଡିଛି ।

pp
Leave A Reply

Your email address will not be published.

fourteen − 12 =