pakka

ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ନିଶାମୁକ୍ତ ଭାରତ ଅଭିଯାନର ସଚେତନତା ଶୋଭାଯାତ୍ରା ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ଶପଥ ଗ୍ରହଣ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଅନୁକମ୍ପାରେ ନିଶା ମୁକ୍ତ ଭାରତ ଅଭିଯାନ ଓ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ବଲାଙ୍ଗିର ଜିଲ୍ଲାପାଳ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରାଇଥିଲେ । ଏହି ଶୋଭାଯାତ୍ରାରେ ପ୍ରଜାପତି ବରାମହ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଂସ୍ଥାର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଓ ସମସ୍ତ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀ ଶିକ୍ଷକ ଓ କର୍ମଚାରୀଙ୍କ ଶପଥ ଗ୍ରହଣ ସଭାର ଆୟୋଜନ ମଧ୍ୟ ହୋଇଥିଲା । ବଲାଙ୍ଗିର ଜିଲ୍ଲାକୁ ନିଶା ମୁକ୍ତ ରଖିବା ପାଇଁ ସମସ୍ତ ଶିକ୍ଷାଗତ ଅନୁଷ୍ଠାନରେ ଶପଥ ନେଇଥିଲେ । ଏ ବିଷୟ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାରେ ଯୁକ୍ତ ୩ ବିଦ୍ୟାର୍ଥୀମାନଙ୍କ ଏକ ଜିଲ୍ଲାସ୍ତରୀୟ ବକୃତା ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବାର ଜିଲ୍ଲା ପ୍ରଶାସନ ସ୍ଥିର କରିଛି ।

jay balangir
Leave A Reply

Your email address will not be published.

19 + fourteen =