pakka

ଦୀପ ତଳ ଅନ୍ଧାର : ସ୍ଵାଧୀନତାର ୭୫ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଅତିଥିପଡା ବାସିନ୍ଦା

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବର୍ଥଲା ପଞ୍ଚାୟତ ପାଟଣାଗଡ଼ରୁ ହରିଶଙ୍କର ଯିବା ରାସ୍ତାରେ ପଢୁଥିବା ଅତିଥିପଡ଼ା ସ୍ୱାଧୀନତାର ୭୫ ବର୍ଷ ବିତିବାକୁ ଯାଉଥିବା ବେଳେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ନେଇ ବାରମ୍ବାର ବ୍ଲକ ପ୍ରଶାସନକୁ ପଡ଼ା ବାସିନ୍ଦା ଅଭିଯୋଗ କରି ଆସୁଛନ୍ତି । ହେଲେ କେବଳ ପ୍ରତିଶୃତି ଦେଇ ଚାଲିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟଠାରୁ ପ୍ରାୟ ଅଢେଇ କିମି ଓ ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୨ କିମି ଦୂରରେ ଥିବା ଅତିଥିପଡ଼ାରେ ୩୨ଟି ପରିବାର ବର୍ଥଲା ଗାଁର ଲଚ୍ଛିନ୍ଦ୍ର ବନ୍ଦ ହିଡ ପାଖରେ ଚାଳଛପର କରି ପ୍ରାୟ ୨୦ବର୍ଷରୁ ଅଧିକ ଦିନ ଧରି ରହି ଆସୁଥିଲେ । ସମସ୍ତ ୩୨ଟି ପରିବାର ଭୂମିହୀନ ଥିବାରୁ ସେମାନଙ୍କୁ ସରକାରଙ୍କ ତରଫରୁ ବର୍ଥଲା ଗାଁର ଅନତି ଦୂରରେ ଥିବା ସରକାରୀ ଜମିରେ ପ୍ରାୟ ୨ରୁ ଅଢେଇ ଡିସିମିଲ ଜମି ପ୍ରଦାନ କରାଯାଇଛି । କିଛି ମାସ ତଳେ ୩୨ଟି କୋଠା ନିର୍ମାଣ କରାଯାଇ ଥଇଥାନ କରାଯାଇଥିଲା । ଏବେ ସେହି ସ୍ଥାନକୁ ଅତିଥିପଡ଼ା ନାମରେ ସମସ୍ତେ ଜାଣନ୍ତି । ଏଠାକୁ ଯିବା ପାଇଁ କିନ୍ତୁ ରାସ୍ତା ନାହିଁ । ଏଥିସହ ବିଦ୍ୟୁତ ମଧ୍ୟ ସଂଯୋଗ ହୋଇନାହିଁ । କାହାର ସ୍ୱାସ୍ଥ୍ୟବସ୍ଥା ବିଗିଡିଲେ କଥା ସରିଲା । ମୁଖ୍ୟ ରାସ୍ତାକୁ ରୋଗୀକୁ ଆଣିବା ପାଇଁ ନାକେଦମ ହେବାକୁ ପଡିଥାଏ । ଅତିଥିପଡାରେ କେତେଜଣ ଛାତ୍ରଛାତ୍ରୀ ସ୍କୁଲ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବିଦ୍ୟୁତ ସାଙ୍ଗକୁ ରାସ୍ତା ନଥିବାରୁ ତାଙ୍କ ପାଠପଢାରେ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହେଉଥାନ୍ତି । ବର୍ଷା ଦିନେ ତ ପଡ଼ା ବାସିନ୍ଦାଙ୍କ ପାଇଁ ଦୁଃଖ ଆହୁରି ଭିଡ଼ ନିତ୍ୟାବଶ୍ୟକ ଖାଉଟି ଦ୍ରବ୍ୟ ବର୍ଥଲା ଗାଁକୁ ମଧ୍ୟ କିଣି ଯାଇ ପାରୁନଥିବାରୁ ବହୁ କଷ୍ଟରେ ଚଳିଥାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏସବୁ ସମସ୍ୟା ନେଇ ଏମାନେ ଯାହାକୁ ବି ଅଭିଯୋଗ କଲେ ସବୁ କାମ ହୋଇଯିବ କେବଳ ପ୍ରତିଶୃତି ମିଳେ ବୋଲି ପଡ଼ା ବାସିନ୍ଦା କହିଛନ୍ତି । ଏସବୁ ସମସ୍ୟା ଭିତରେ ଜୀବନଯାପନ କରୁଥିବା ବେଳେ ନିଜ ଭାଗ୍ୟକୁ ଆଦର ରହୁଥୁବା ସହ ଦୀପତଳେ ଅନ୍ଧାର ପାଇଁ ନିଜେ ହିଁ ଦୀପ ଦାୟୀ ବୋଲି ଅତିଥିପଡା ବାସିନ୍ଦା କହିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଅତିଥିପଡ଼ା ବାସିନ୍ଦା ଗୁହାରୀ କରିଛନ୍ତି ।

jay balangir
Leave A Reply

Your email address will not be published.

4 × 5 =