pakka

ପାଟଣାଗଡର ବିଭିନ୍ନ ସ୍ଥାନରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

kalikesh

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡଠାରେ ବିଭିନ୍ନ ସଂଗଠନ, ପରିଷଦ ଓ ଭୂଲିଆ ସମାଜ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ସାଂସ୍କୃତିକ ପରିଷଦ ପକ୍ଷରୁ ସଭାପତି ଅରୁଣ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପରିଷଦର ସମସ୍ତ ସଦସ୍ୟ ଗଙ୍ଗାଧର ପାର୍କଠାରେ ଏକାଠି ହୋଇଥିଲେ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଙ୍ଗାଧର ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପରିଷଦର ସଦସ୍ୟ ଯୋଗଦାନ ଦେଇଥିଲେ । ଅପରାହ୍ନରେ ସ୍ଥାନୀୟ ମାରୱାଡି ଧର୍ମଶାଳାଠାରେ ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଉଦ୍ଦେଶ୍ୟରେ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବକୁ ପରିଷଦର ସଭାପତି ଅରୁଣ ପଟ୍ଟାନୟକଙ୍କ ଅଧ୍ୟକ୍ଷତାରେ ଜୟନ୍ତୀ ପାଳିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଡ.ସୁଜିତ ପୃଷେଠ୍‌ ଯୋଗ ଦେଇଥିଲେ । ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀମାନେ ପ୍ରାରମ୍ଭିକ ସଂଙ୍ଗୀତ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱାଗତ ଭାଷଣ ଆଶିଷ ଚନ୍ଦନ ଦେଇଥିବା ବେଳେ ସୁକମଣୀ ମେହେର ମୁଖ୍ୟ ବକ୍ତା ଭାବେ ଅବିଭାଷଣ ଦେଇଥିଲେ । ଲିଙ୍ଗରାଜ ଚିନ୍ଦାଙ୍କ ଲିଖତ ‘ଭକ୍ତର ଅର୍ଘ୍ୟ’ ସଂକଳନ ପୁସ୍ତକ ମୁଖ୍ୟ ଅତିଥି ଶ୍ରୀ ପୃଷେଠ୍‌ ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଗଙ୍ଗାଧର ମେହେରଙ୍କ ଜୀବନୀ ଉପରେ ବକ୍ତବ୍ୟ ଦେବା ସହ ପ୍ରଦୀପ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଙ୍ଗାଧରଙ୍କ ସମ୍ପର୍କିତ କବିତା ଆସର ପାଠ ହୋଇଥିଲା । ଏଥିରେ କବି ସଂଯୁକ୍ତା ପରିଚ୍ଛା, ସଂଯୁକ୍ତା ଚନ୍ଦନ, ଭୀମସେନ ମେହେର, ଦେବରାଜ ପାଣୀଗ୍ରାହୀ, ସଂଯୁକ୍ତା ପାଣିଗ୍ରାହୀ, ଶଶୀ ଭୂଷଣ ତ୍ରିପାଠୀ ଯୋଗ ଦେଇ କବିତା ପାଠ କରିଥିଲେ । ପରିଷଦର ପ୍ରତିଷ୍ଠାତା ଘନଶ୍ୟମ ଅଗ୍ରୱାଲ ଯୋଗ ଦେଇଥିବା ବେଳେ ପୂର୍ବତନ କର୍ମକର୍ତ୍ତା ସବ୍ୟସାଚୀ ମାଝି, ରାଜେଶ ଶର୍ମା, ସନ୍ତୋଷ ଦାସ, ଭରତ ନାଗ, ଅନ୍ତର୍ଯ୍ୟାମୀ ମେହେର ପ୍ରମୁଖ ଯୋଗ ଦେଇଥିଲେ । ବିଘ୍ନଶ୍ୱର ଯୋଷୀ ସଭା ପରିଚାଳନା କରିଥିବା ବେଳେ ଦୀଳପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଭୂଲିଆ ସମାଜ ପକ୍ଷରୁ ଗଙ୍ଗାଧରଙ୍କ ୧୬୧ତମ ଜୟନ୍ତୀ ସ୍ଥାନୀୟ ଗଡ ଭିତର ସ୍ଥିତ ଭୂଲିଆ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ବିଧାୟକ ତଥା ସରକାରୀ ଉପ ମୁଖ୍ୟ ସଚେତକ ସରୋଜ କୁମାର ମେହେର ଯୋଗ ଦେଇଥିବା ବେଳେ ଅନୁଷ୍ଠିତ ସଭାରେ ଡ. ବୃନ୍ଦାବନ ମେହେରଙ୍କ ସଭାପତିତ୍ୱ କରିଥିଲେ । ଗଙ୍ଗାଧରଙ୍କ ଜୀବନୀ ଉପରେ ବିଧାୟକ ଆଲୋକପାତ କରିବା ସହ ଭୂଲିଆ ସମାଜ ପାଇଁ ଏକ ରାଜ୍ୟସ୍ତରୀୟ ଧର୍ମଶାଳା ନିର୍ମାଣ ପାଇଁ ଭୁବନେଶ୍ୱରଠାରେ ଏକ ଜମି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ବିଧାୟକ ପ୍ରତିଶୃତି ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଗୋଲପ ମେହେର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଲକ୍ଷ୍ମଣ ମେହେର ଓ ତେଜରାଜ ମେହେର ସଭା ପରିଚାଳନା କରିଥିବା ବେଳେ ବୃନ୍ଦାବନ ମେହେର ଧନ୍ୟବଦ ଅର୍ପଣ କରିଥିଲେ ।

pp
Leave A Reply

Your email address will not be published.

seventeen − 1 =