csstore

ନାରୀ ଶକ୍ତି ସଂଗଠନ ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାକ୍ଷୀ ଏବଂ ରାକ୍ଷୀର ମହତ୍ୱ କାହାକୁ ବା ଅଜଣା । ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦୀପ ଏବଂ ଶିଶୁ କଲ୍ୟାଣ ବିଭାଗର ଅରୁଣ ଖୁଆସଙ୍କ ଉପସ୍ଥିତିରେ ନାରୀ ଶକ୍ତିର ସଦସ୍ୟାମାନଙ୍କ ଦ୍ୱାରା ପଥରଚେପା ସ୍ଥିତ ଆଦୃତ ଆଶ୍ରମଠାରେ ସେଠାକାର ସଦସ୍ୟମାନଙ୍କର ଉପସ୍ଥିତିରେ ଶିଶୁମାନଙ୍କ ସହ ରକ୍ଷା ବନ୍ଧନ ବହୁତ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ବୃକ୍ଷ ରୋପଣ ପାଇଁ ଚାରା ମଧ୍ୟ ପ୍ରଦାନ କରାଯାଇଛି । ଏହି ଅବସରରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଏବଂ ଆଶ୍ରମର ଶିଶୁ ମାନଙ୍କୁ ନାରୀ ଶକ୍ତି ସଂଗଠନ ପକ୍ଷରୁ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଛି ।

jayashree
Leave A Reply

Your email address will not be published.