pakka

ଶିଶୁ ବିଦ୍ୟା ମନ୍ଦିରରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରଠାରେ ଗଙ୍ଗାଧର ଜୟନ୍ତୀ ଓ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିର ପ୍ରମୁଖ ଚୈତନ୍ୟ ଗୁରୁଜୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭଉଣୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । କଲ୍ୟାଣୀ ଗୁରୁମା ଓ ମିନତି ମେହେର ଗୁରୁମା ମା’ ସରସ୍ୱତୀଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । ମିନତି ମେହେର ଗୁରୁମା ରକ୍ଷା ବନ୍ଧନ ଉତ୍ସବ ପାଳନର ମହତ୍ତ୍ଵ ଓ କଲ୍ୟାଣୀ ଗୁରୁମା ଗଙ୍ଗାଧର ମେହେର ବିଷୟରେ କହିଥିଲେ । ରଞ୍ଜିତା ଗୁରୁମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଧନୁ ଗୁରୁଜୀ ସଂଯୋଜନା କରିଥିଲେ । ଠିକ ସେହିପରି ଶିଶୁ ମନ୍ଦିର ବିଭାଗରେ ସତ୍ୟନାରାୟଣ ସାହା ଗୁରୁଜୀ ରକ୍ଷା ବନ୍ଧନ ବିଷୟରେ ଓ ମୁଦିରଥ ପଣ୍ଡା ଗୁରୁଜୀ ଗଙ୍ଗାଧରଙ୍କ ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଦୀପ ଗୁରୁଜୀ ସଂଯୋଜନା କରିଥିଲେ । ସଂଜୀବ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ମନ୍ଦିର ପ୍ରମୁଖ ମିନତୀ ପଟ୍ଟନାୟକ ଓ ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରୀପାଠୀ ମଞ୍ଚାସୀନ ଥିଲେ । ପରେ ପରେ ଭାଇ ଭଉଣୀମାନେ ପରସ୍ପରକୁ ରାକ୍ଷୀ ବାନ୍ଧି ଥିଲେ । ଶେଷରେ ଭାଇ ଭଉଣୀଙ୍କ ସହ ଗୁରୁଜୀ ଗୁରୁମା କୁସୁନାପାଲି, ଶ୍ରୀ ରାମନଗର, ଥାନା ପରିସର, ସ୍ୱାସ୍ଥ୍ୟ କେନ୍ଦ୍ର, କଚେରୀ ରାସ୍ତାରେ ରାକ୍ଷୀ ବାନ୍ଧି ଥିଲେ । ଆଗ୍ରହର ସହିତ ଯୋଗଦାନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

4 × 5 =