pakka

ରକ୍ଷା ବନ୍ଧନ ଉତ୍ସବ ଓ ଅମୃତ ମହୋତ୍ସବ ସମାରୋହ ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷା ବନ୍ଧନ ଉତ୍ସବ ଓ ଅମୃତ ମହୋତ୍ସବ ସମାରୋହ ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଡେଲାଙ୍ଗ ଥାନା ଆଇଆଇସି ଅନିଲ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ୟ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରାର୍ଥନା ପରେ ସାଧାରଣ ସଭା କରାଯାଇ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରକ୍ଷାବନ୍ଧନ କରାଯିବା ସହ ବିଦ୍ୟାମନ୍ଦିର ସାମ୍ପାଦକ କିଶୋର ପ୍ରଧାନଙ୍କ ଦ୍ଵାରା ଗୋପୂଜନ କରାଯିବା ପରେ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମାଙ୍କ ଦ୍ଵାରା ଗୋପୂଜନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ଜଳପାନ ଦିଆଯାଇ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମକୁ ଆଇଆଇସି ଶ୍ରୀ ପ୍ରଧାନ, ଆଚାର୍ଯ୍ୟ ନବକିଶୋର ମହାପାତ୍ର, ସମ୍ପାଦକ କିଶୋର ପ୍ରଧାନ ଜାତୀୟ ପତାକା ଦେଖାଇଇ ଶୁଭାରମ୍ଭ କରିଥିଲେ । ଛାତ୍ରଛାତ୍ରୀମାନେ ସାଇକେଲ ଶୋଭାଯାତ୍ରାରେ ତ୍ରିରଙ୍ଗା ପତାକା ଧରି “ଭାରତ ମାତା କି ଜୟ” ସ୍ଲୋଗାନ ଦେଇ ରେଞ୍ଚଛକ, ବ୍ରାହ୍ମଣ ତରାବୋଇ, ଓଡ଼ ତରବୋଇ, ବେରବୋଇ, ଉଦୟପୁର, ଡପୁର, ପଞ୍ଚୁପଲା, ଗୁଆଳିପଡ଼ା, ମାଛପଡ଼ା, ପାଟପୁର,ଡେଲାଙ୍ଗ ବଜାର ଦେଇ ବିଦ୍ୟାଳୟରେ ପହଞ୍ଚିଥିଲେ । ଛାତ୍ରଛାତ୍ରୀମାନଙ୍କ ତ୍ରିରଙ୍ଗା ଯାତ୍ରାକୁ ବିଭିନ୍ନ ସ୍ଥାନରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଅଭିଭାବକ ମନୋଜ କୁମାର ପରିଡ଼ା, ପୂର୍ବ ଛାତ୍ରୀ ଶୁଭଦର୍ଶିନୀ ପ୍ରଧାନଙ୍କ ଦ୍ଵାରା ଜଳପାନ ଦିଆଯାଇଥିଲା । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ସମାରୋହ କାର୍ଯ୍ୟକ୍ରମରେ ଗତ ତା-୦୩-୦୮-୨୨ରୁ ଆସନ୍ତା ତା -୧୭-୦୮-୨୨ ରିଖ ପର୍ଯ୍ୟନ୍ତ ବିଦ୍ୟାମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଗତ ତା ୦୩୦୮/୨୨ରିଖରେ ଚିତ୍ରାଙ୍କନ ପ୍ରତିଯୋଗିତା, ତା ୦୪/୦୮/୨୨ ରିଖରେ ସ୍ଵାଧୀନତା ସଂଗ୍ରାମୀଙ୍କ ଫଟୋ ପ୍ରଦର୍ଶନୀ, ସ୍ଵାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ, ତ୍ରିରଙ୍ଗା ଯାତ୍ରା, ବୁଦ୍ଧିଜୀବୀ ସମ୍ମିଳନୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୧୭/୦୭/୨୨ ରିଖ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା, ପ୍ରଶ୍ନମଞ୍ଚ, ପତ୍ରବାଚନ ଓ ନିବନ୍ଧ ପ୍ରତିଯୋଗିତା କରାଯିବା ପାଇଁ ସ୍ଥିର କରାଯାଇଛି । କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ସର୍ବେଶ୍ଵର ବାରିକ, ବିକ୍ରମ ମଲ୍ଲିକ, ଗୁରୁମା ଟୁକୁନୀ ମହାପାତ୍ର, ହରପ୍ରିୟା ରାଏ, ମନସ୍ୱିନୀ ଜେନା, ମମତା ନାୟକ, ସମେତ ସମସ୍ତ ଗୁରୁମା ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

20 − thirteen =