jayashree

ରେଙ୍ଗାଲି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସତୀଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ରେଙ୍ଗାଲି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମେଶ କୁମାର ଖମାରୀ ସଭାପତିତ୍ୱ ଓ ଯମୁନାବାହାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁଲାରାମ ତାଣ୍ଡି ସଭା ପରିଚାଳନା କରିଥିଲେ । ସିଆର୍‌ସିସି ବାସୁଦେବ ସେଠିଆ ସୁରଭିର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ସୂଚିତ କରିଥିଲେ । ମୁଖ୍ୟଅତିଥି ରୂପେ ଇଛାପଡା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅରବିନ୍ଦ ଦାସ ଓ ସମ୍ମାନିତ ଅତିଥି ଭାବେ ବାନ୍ଦୁପଲା ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, ଶିକ୍ଷୟତ୍ରୀ ମଥାମଣି ପାଢ଼ୀ, ଏସ୍‌ଏମ୍‌ସି ସଭାପତି ଘନଶ୍ୟାମ ଭୋଇ, ଶିକ୍ଷକ ତ୍ରିବିକ୍ରମ ନାଗ, ଶିକ୍ଷକ ପ୍ରିୟଦର୍ଶନ ମୁଗ୍ରୀ ଯୋଗ ଦେଇ ଦେଇଥିଲେ । ସିଆର୍‌ସିସି ବାସୁଦେବ ସେଠିଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜ଼ର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ରେଙ୍ଗାଲି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ । ଶିକ୍ଷକ ତୁଲାରାମ ତାଣ୍ଡି, ନରୋତ୍ତମ ମହାଲିଙ୍ଗ ଓ ସ୍ମୃତିରଞ୍ଜନ ପାତ୍ର ମିଳିତ ଭାବେ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.