ସମ୍ବିଧାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆମ୍ବେଦକର ଛକଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଡ. ବି. ଆର. ଆମ୍ବେଦକର ସଙ୍ଘ ପଦ୍ମପୁର ସଭାପତି ତଥା ପୂର୍ବତନ କୃଷି ଅଧିକାରୀ ବଳଦେବ ସୁନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସମାଜସେବୀ ଜଗଦୀଶ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଳ୍ୟ ଅର୍ପଣ ପରେ ଭାରତୀୟ ସମ୍ବିଧାନ ପ୍ରଣୟନ ଓ ଆମର ମୌଳିକ ଅଧିକାରକୁ କିପରି ଭାବରେ ସୁରକ୍ଷିତ ରଖିବା ସେ ବିଷୟରେ ବକ୍ତା ଗଣ ଆଳୋଚନା କରିଥିଲେ ସଙ୍ଘର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.