ପାଇକମାଲ ପଦ୍ମପୁର ରାସ୍ତା ଭଗତପୁର ନିକଟରେ ବାଇକ ଦୁର୍ଘଟଣାରେ ଯୁବକ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ପଦ୍ମପୁର ରାସ୍ତା ଭଗତପୁର ନିକଟରେ ବାଇକ ଦୁର୍ଘଟଣାରେ ଯୁବକର ମୃତ୍ୟୁ ହୋଇଛି । ଯୁବକ ଜଣକ ବୋଡାସମ୍ବର ଗ୍ରାମର ଚିତ ବରିହା(୪୫) ବୋଲି ଜଣା ପଡିଛି । ଚିତ ତାଙ୍କ ବାଇକିରେ ପଦ୍ମପୁରରୁ ନିଜ ଘର ବୋଡାସମ୍ବରକୁ ଗୁରବାର ରାତି ପ୍ରାୟ ୭ଟା ୩୦ମି. ସମୟରେ ଫେରୁ ଥିବା ବେଳେ ବିପରିତ ଦିଗରୁ ପାଇକମାଲ ପଟରୁ ଆସୁଥିବା ଏକ ବୋଲେର ସହିତ ସାମ୍ନା ସାମ୍ନି ଧକା ହୋଇଥିଲା । ଘଟଣା ସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିଲା । ପୋଲିସ୍ ଘଟଣା ସ୍ଥଳେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଦ୍ମପୁରକୁ ପଠାଇଛନ୍ତି । ଦୁର୍ଘଟଣା ଘଟାଇଥିବା ବୋଲେର ଫେରାର ହୋଇଯାଇଥିଲା ।

Leave A Reply

Your email address will not be published.