pakka

ଲୁଇସିଂ ଓ କ୍ରାଣ୍ଡିବାଲି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

bbehera

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଂଚାୟତ ମୁଖ୍ୟାଳୟଠାରେ ଥିବା ପଂଚାୟତ ଉଚ୍ଚବିଦ୍ୟାଳୟ ପରିସରରେ ଗୋଛାପଡ଼ା ଫରେଷ୍ଟ ସେକ୍‌ସନ୍‌ ଓ ବାଳନ୍ଦାପଡ଼ା ଫରେଷ୍ଟ ସେକ୍‌ସନ୍‌ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଳନ୍ଦାପଡ଼ା ଫରେଷ୍ଟର ବିମଳା ପଟ୍ଟନାୟକ ଓ ଗୋଛାପଡ଼ା ଫରେଷ୍ଟର ଦିଲିପ କୁମାର ବିଶୋୟୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କ୍ରାଣ୍ଡିବାଲି ପଂଚାୟତର ସରପଂଚ ଲକ୍ଷ୍ମୀପ୍ରୟା କହଁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗୋଛାପଡ଼ା ବନରକ୍ଷୀ ଅଚ୍ୟୁତାନନ୍ଦ ଗଣ୍ଡ, ପକାରି ବନରକ୍ଷୀ ପ୍ରଦୀପ କୁମାର ମଳିକ, ପାହାଡ ଏନ୍‌ଜିଓର ଟିମ୍‌ ଲିଡର ମନୋଜ କୁମାର ସାହୁ ବନ ବିଭାଗର ଉନ୍ନୟନ ଅଧିକାରୀ ରଘୁନାଥ ରଥ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହି ସ୍କୁଲଟିକୁ କିଛିଦିନ ତଳେ ୫-ଟି ସ୍କୁଲରେ ରୂପାନ୍ତରିତ କରାଯାଇଥିବା ବେଳେ ସ୍କୁଲ ପରିସରରେ ବନ ବିଭାଗ ତରଫରୁ ଅଂଳା, ସଜନା, ବରଡା, କରଞ୍ଜ ଭଳି ବିଭିନ୍ନ ମୂଳ୍ୟବାନ ଗଛ ରୋପଣ କରାଯାଇଛି । ସେହିଭଳି ଲୁଇସିଂ ପଂଚାୟତ ଅନ୍ତର୍ଗତ ଲୁଇସିଂ ବିଦ୍ୟାଳୟ ପରିସରରେ ମଧ୍ୟ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.

4 × 3 =