ମରୁଆଁ ଗାଁରେ ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୁ

  • ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଗ୍ରାମର ନରେନ୍ଦ୍ର ବନଗୁଲାଙ୍କ ସ୍ତ୍ରୀ ବିଳାସିନୀ ବନଗୁଲାଙ୍କ ସନ୍ଦେହ ଜନକ ମୃତଦେହ ଶାଶୁ ଘରୁ ଉଦ୍ଧାର ହୋଇଥିବା ଜଣାପଡିଛି । ନରେନ୍ଦ୍ରଙ୍କ କହିବା ଅନୁସାରେ ଗତକାଲି ରାତିରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ନରେନ୍ଦ୍ର ଶୋଇବାକୁ ଯାଇଥିଲେ । ବିଳମ୍ବିତ ରାତ୍ରୀରେ ନରେନ୍ଦ୍ର ତାଙ୍କ ସ୍ତ୍ରୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଝିଅର ମୃତ୍ୟୁ ହୋଇ ଯାଇଥିବା ନେଇ ଖପ୍ରାଖୋଲ ଥାନା ମହୁରୁଣ୍ଡି ଗାଁର ଡିଙ୍ଗର ବୁଡେକ ଆଜି ଗୁରୁବାର ସକାଳ ୯ଟାରେ ଖବର ପାଇଥିଲେ । ଝିଅଙ୍କ ବାପା ଡିଙ୍ଗରଙ୍କ କହିବା ଅନୁସାରେ, ଝିଅ ବିଲାସୀନିଙ୍କ ବିବାହ ମରୁଆଁ ଗାଁର ନରେନ୍ଦ୍ର ବନଗୁଲାଙ୍କ ସହ ଗତ ଫେବୃଆରୀ ୨୫ରେ ସାମାଜିକ ରୀତିନୀତିରେ ବିବାହ କରାଇଥିଲେ । ବିବାହର ୧୫ ଦିନ ପରେ ଜ୍ୟାଇଁ ନରେନ୍ଦ୍ର ଏକ ବାଇକ୍ ପାଇଁ ବିଲାସିନୀଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ୟ୍ୟାତନା ଦେଇ ଆସୁଥିଲେ । ବିବାଦ ବଢିବାରୁ ଉଭୟ ପରିବାର ପକ୍ଷରୁ ଆପୋଷ ବୁଝାମଣା ହୋଇଥିଲା । ଆଜି ଝିଅର ମୃତ୍ୟୁ ଖବର ପାଇ ଝିଅର ବାପା ଓ ତାଙ୍କ ପରିବାର ସମ୍ପର୍କୀୟ ଆଜି ସକାଳେ ମରୁଆଁ ଗାଁକୁ ପହଞ୍ଚି ଝିଅକୁ ହତ୍ୟା କରାଯାଇ ଥିବା ଅଭିଯୋଗ ନେଇ ପାଟଣାଗଡ଼ ଥାନାର ଦ୍ଵାରସ୍ଥ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

3 × one =