pakka

ଡେଲାଙ୍ଗରେ ପଖାଳ ଦିବସ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଇଥାଏ । ପଖାଳ ଓଡିଶାର ଘରେ ଘରେ ଏକ ସୁପରିଚିତ ଓ ସମସ୍ତଙ୍କର ଆଦରଣୀୟ ଖାଦ୍ୟ । ଏଥିରେ ଅନେକ ଔଷଧୀୟ ଓ ସ୍ୱାସ୍ଥ୍ୟଗତ ପ୍ରାକୃତିକ ଆବଶ୍ୟକତା ରହିଛି । ଓଡିଶାରେ ଏପରି କୌଣସି ଘର ନଥିବ ଯେଉଁଠି ପଖାଳର ଆଦର ନାହିଁ । ଓଡ଼ିଆ ଘରର ପ୍ରତିଟି ଜନଜୀବନରେ ପଖାଳର ଆଦୃତ ରହିଛି । ଏହି ଅବସରରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରାଡ଼ିଆ ଗ୍ରାମର ଶ୍ରୀମତୀ ଗୀତାରାଣୀ ରଣଜିତଙ୍କ ପରିବାର ପକ୍ଷରୁ ତାଙ୍କ ବାସଭବନରେ ପଖାଳ ଦିବସ ପାଳନ ହୋଇଯାଇଛି । ପଖାଳ, ବଢ଼ି ଚୂରା, ଶାଗ ଭଜା ସହିତ ଷୋହଳ ପ୍ରକାର ନିରାମିଷ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏହି ଉତ୍ସବରେ ପରିବାର ବର୍ଗ ସମେତ ପଡୋଶୀମାନେ ସାମିଲ ହୋଇଥିଲେ । ସେହିପରି ଏହି ଦିନ ବିଶ୍ୱ ଘର ଚଟିଆ ଦିବସ ଓ ଆନ୍ତର୍ଜାତୀୟ ସୁଖ ଦିବସ ମଧ୍ୟ ପାଳନ କରାଯାଇଥାଏ । ଜୀବନରେ ସୁଖର ମହତ୍ତ୍ୱକୁ ଅନୁଭବ କରିବାର ଦିନ । ସୁଖ ଏକ ମୌଳିକ ଲକ୍ଷ୍ୟ ଯାହାକୁ ମିଳିତ ଜାତିସଂଘର ସାଧାରଣ ସଭା ସ୍ୱୀକୃତି ଦେଇଥାଏ । ୨୦୧୫ରେ ଜାତିସଂଘ ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟ ଆରମ୍ଭ କରିଥିଲା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦାରିଦ୍ର୍ୟ ଦୂର କରିବା, ଅସମାନତା ହ୍ରାସ କରିବା ଏବଂ ଆମ ଗ୍ରହକୁ ସୁରକ୍ଷା ଦେବା । ଏହି ତିନୋଟି ମୁଖ୍ୟ ଦିଗ ଯାହା ସୁସ୍ଥତା ଏବଂ ସୁଖକୁ ନିଶ୍ଚିତ କରିଥାଏ ।

ପ୍ରତିବର୍ଷ ମାର୍ଚ୍ଚ ୨୦ରେ ‘ବିଶ୍ୱ ଘର ଚଟିଆ ଦିବସ’ ପାଳନ କରାଯାଏ । ସେମାନଙ୍କର ସ୍ୱର, ଚିତ୍କାର ଏବଂ ଗୀତ ସବୁ ସୁନ୍ଦର ଏବଂ ଚମତ୍କାର ଅଟେ । ଘର ଚଟିଆ ମଣିଷର ସର୍ବ ପୁରାତନ ସାଥୀମାନଙ୍କ ମଧ୍ୟରୁ ଅନ୍ୟତମ । ସେମାନଙ୍କର ସଂଖ୍ୟା ହ୍ରାସ ହେଉଛି ଆମ ଚାରିପାଖରେ ଥିବା ପରିବେଶର କ୍ରମାଗତ ଅବନତିର ଏକ ସୂଚକ ।

Leave A Reply

Your email address will not be published.

2 × three =