pakka

ଟିଟିଲାଗଡ଼ ଥାନାରେ ଜବତ ହୋଇଥିବା ୪୭ ଗୋଟି ମୋଟର ସାଇକେଲର ହେବ ନିଲାମ : ବିଜ୍ଞପ୍ତି ଜାରି କଲେ ଥାନାଧିକାରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନାରେ ଗତ ୩୧.୧୨.୨୦୨୧ ମସିହା ଠାରୁ ୪୭ ଗୋଟି ଦାବିହୀନ ମୋଟର ସାଇକେଲ ଜବତ ହୋଇ ଟିଟିଲାଗଡ଼ ଥାନା ପରିସରରେ ରଖା ଯାଇଛି । ଆଜି ପର୍ଯ୍ୟନ୍ତ ସେହି ମୋଟର ସାଇକେଲ ଗୁଡ଼ିକର କୌଣସି ଦାବିଦାର ନ ଆସିବାରୁ ଏସ୍‌ଡିଏମ୍‌ ଟିଟିଲାଗଡ଼ଙ୍କ ଆଦେଶ ମୁତାବକ ଉକ୍ତ ୪୭ ଗୋଟି ଦାବିହୀନ ମୋଟର ସାଇକେଲ ଗୁଡ଼ିକୁ ବଲାଙ୍ଗିର ଜିଲ୍ଲା ଅକ୍‌ସନ୍‌ କମିଟି କରିବାକୁ ଆଦେଶ ହୋଇଅଛି । ଯଦି କୌଣସି ବ୍ୟକ୍ତି ଉକ୍ତ ମୋଟର ସାଇକେଲର ମାଲିକାନା ଦାବୀ କରନ୍ତି ତେବେ ଆସନ୍ତା ୭ ଦିନ ମଧ୍ୟରେ ଟିଟିଲାଗଡ଼ ଥାନାରେ ସେମାନଙ୍କର ଗାଡ଼ିର ଉପଯୁକ୍ତ କାଗଜପତ୍ର ଦେଖାଇ ନେଇ ପାରିବେ । ଯଦି ୭ ଦିନ ମଧ୍ୟରେ କେହି ଦାବୀ ନ କରିବେ ତା’ହେଲେ ମୋଟର ସାଇକେଲକୁ ନିଲାମ କରାଯିବ ବୋଲି ଟିଟିଲାଗଡ଼ ଥାନାଧିକାରୀ ରଞ୍ଜନ କୁମାର ବରିହା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

two × 4 =