pakka

ବାଇକ୍‌କୁ ଧକ୍କା ଦେଲା ବୋଲେରୋ ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ବର୍ଲା ଛକ ନିକଟରେ ବାଇକ୍‌କୁ ଧକ୍କା ଦେଇଛି ବୋଲେରୋ । ଫଳରେ ଜଣେ ମହିଳା ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଗୁରୁତର ଆହତ ହୋଇଥିବା ମହିଳା ଜଣକ କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ରାମନାଗୁଡ଼ାର ରାମା ଭୋଇ(୪୫) ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ଗତକାଲି ନିଜ ସ୍ୱାମୀଙ୍କ ସହ ପାଢେଲ ଗ୍ରାମକୁ ଯିବା ସମୟରେ ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ବର୍ଲା ଛକ ନିକଟରେ ତାଙ୍କ ଚଳନ୍ତି ବାଇକକୁ ପଛପଟରୁ ଧକ୍କା ଦେଇଥିଲା ଏକ ବୋଲେରୋ । ଫଳରେ ରାମା ଭୋଇଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ଦେହରେ ଆଘାତ ଲାଗିଥିଲା ଏବଂ ତାଙ୍କ ସ୍ୱାମୀ ସାମାନ୍ୟ ଆହତ ହୋଇଥିବା ଖବର ମିଳିଛି । ଏହା ଦେଖି ସ୍ଥାନୀୟ ଲୋକେ ଦୁଇ ସ୍ୱାମୀ ସ୍ତ୍ରୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.

four × 3 =