ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ୩୨ ତମ ବିବାହ ବାର୍ଷିକୀ । ତେବେ ଏହି ଉତ୍ସବକୁ ଟିଟିଲାଗଡ ବଣିକ ସଂଘର ସଦସ୍ୟ ମାନଙ୍କ ଦ୍ୱାରା ବିଧାୟକ ଶ୍ରୀ ଜୈନଙ୍କ ବାସଭବନରେ ଆନନ୍ଦର ସହିତ ପାଳନ କରଯାଇଛି । ଟିଟିଲାଗଡ ବଣିକ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋଏଲଙ୍କ ନିର୍ଦ୍ଦେଶନାରେ କାର୍ଯ୍ୟକାରୀ ସଭାପତି ସଞ୍ଜୟ ସୋନି, ସଂପାଦକ ଗୋପାଲ ଜୈନ, ସହ ସମ୍ପାଦକ ଅମନ ଗୋଏଲଙ୍କ ନେତୃତ୍ୱରେ ସଂଧ୍ୟା ପାଞ୍ଚଟା ସମୟରେ ବଣିକ ସଂଘର କାର୍ଯ୍ୟକାରୀ ସଦସ୍ୟ ମାନଙ୍କୁ ନେଇ ତାଙ୍କ ବାସ ଭବନକୁ ଯାଇ ସେଠାରେ ଉଭୟ ଦମ୍ପତି ନବୀନ ଜୈନ ଓ ଧର୍ମପତ୍ନୀ ଶ୍ରୀମତୀ ମମତା ଦେବୀ ଜୈନଙ୍କୁ ଫୁଲତୋଡ଼ା ଦେଇ ଶୁଭେଛା ଜଣାଇବା ସହ ବିବାହ ବାର୍ଷିକୀର କେକ୍ କାଟି ଏହି ବାର୍ଷିକୀକୁ ପାଳନ କରାଯାଇଛି । ବିଧାୟକ ନବୀନ ଜୈନ ସମସ୍ତ ସଦସ୍ୟଙ୍କୁ କେକ୍ ଖୁଆଇବା ଖୁସି ବ୍ୟକ୍ତ କରିଥିବା ବେଳେ ପୌରାଧ୍ୟକ୍ଷା ଶ୍ରୀମତୀ ଜୈନ ସମସ୍ତ ସଦସ୍ୟଙ୍କୁ ମିଠା ଖୁଆଇ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ଏହି ଅବସରରେ ଟିଟିଲାଗଡ ବଣିକ ସଂଘର କାର୍ଯ୍ୟକାରୀ ସଦସ୍ୟ ପ୍ରକାଶ ଅଗ୍ରୱାଲ, ନିରଞ୍ଜନ ଶର୍ମା, ଶଶି କପୁର ଜୈନ, ଦେବୀ ପ୍ରସାଦ ଶର୍ମା, ସଞ୍ଜୟ କୁମାର ନାୟକ, ବିହାରି ଅଗ୍ରୱାଲ, ଆଶିଷ ଅଗ୍ରୱାଲ, ଦିଲୀପ ପୋପଟ, ଆଶିଷ ଅଗ୍ରୱାଲ, ବଜରଙ୍ଗ ଲାଲ ଅଗ୍ରୱାଲ ଉପସ୍ଥିତ ଥିଲେ ।
Prev Post
