ଓଡ଼ିଶା ମୋ ପରିବାର ଅଭିଯାନ ଅବସରରେ ବାଘଝରଣ ଗ୍ରାମରେ ଚାରା ରୋପଣ କାର୍ୟ୍ୟକ୍ରମ : ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ : ବିଧାୟକ ସରୋଜ କୁମାର ମେହେର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକର ବିଭିନ୍ନ ଗ୍ରାମକୁ ବିଧାୟକ ସରୋଜ କୁମାର ମେହେର ଗସ୍ତ କରିଛନ୍ତି । ତାଙ୍କର ଏହିଗସ୍ତ ସମୟରେ ଦଳୀୟ କର୍ମୀଙ୍କ ସହ ବାଘଝରଣ ଗ୍ରାମକୁ ଯାଇ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଓଡ଼ିଶା ମୋ ପରିବାର ବୃକ୍ଷ ରୋପଣ ଅଭିଯାନ କାର୍ଯ୍ୟକ୍ରମରେ ବାଘଝରଣ ଗ୍ରାମବାସୀଙ୍କ ସହ ସାମିଲ ହୋଇ ବିଭିନ୍ନ ପ୍ରକାରର ଫଳ, ଫୁଲ, ଔଷଧୀୟ ଚାରା ରୋପଣ କରିଥିଲେ । ବିଧାୟକ ଶ୍ରୀ ମେହେର ଗଛ ହିଁ ଜୀବନ ଓ ଆମେ ସମସ୍ତେ ଜଣେ ଜଣେ ଦଶ ଗୋଟି ଲେଖାଏଁ ଗଛ ଲଗାଇ ପରିବେଶ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣ କରି ଯତ୍ନ ନେବା ଉଚିତ ବୋଲି କହିଥିଲେ । ବର୍ତମାନ କରୋନା ମହାମାରୀ ବିପତ୍ତି ସମୟରେ ଅମ୍ଳଜାନର ଅଭାବ ଯୋଗୁଁ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । ଆମେ ସମସ୍ତେ ପରିବେଶ ସୁରକ୍ଷା ଦିଗରେ ସଚେତନ ରହିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହରା ପଦର ପଞ୍ଚାୟତ ସମିତି ସଭ୍ୟ ରହିତାଶ୍ଵ ମେହେରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight + 4 =