pakka

ନବଜାତ ଶିଶୁକୁ ନୂଆ ଜୀବନ ଦେଲା ଅଭୟଙ୍କ ମାନବିକତା

bbehera

ବରଗଡ, (ନିରୋଜ କୁମାର ପାଣୀ) : ସୁସ୍ଥ, ନିରୋଗ ଶିଶୁ ଟିଏକୁ ଜନ୍ମଦେବାର ସ୍ବପ୍ନ ସବୁ ବାପାମାଆଙ୍କ ମନରେ । ହେଲେ ସ୍ବପ୍ନ ତ’ ସେତିକି ବେଳେ ଭାଙ୍ଗିଯାଏ, ଯେତେବେଳେ ପରିସ୍ଥିତି ଏହାର ଠିକ୍‌ ବିପରୀତ ହୁଏ । ନିଜ ଜନ୍ମକଲା ଛୁଆର କଷ୍ଟ ବା କେଉଁ ବାପା ମା’ ସାହିପାରେ ! ହଁ ଆଜ୍ଞା, ଆମେ କହୁଛୁ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ଜୁନ ୨୯ ତାରିଖରେ ଜନ୍ମ ନେଇଥିବା ଟିକେଶ୍ଵର ଭୁଏ ଏବଂ ରୀନା ଭୁଏଙ୍କ ନବଜାତ ଶିଶୁର କଥା । ଦୁର୍ଭାଗ୍ୟ ବଶତଃ ଶିଶୁଟି ଜନ୍ମ ପରେ ନିଜ ସ୍ୱାଭାବିକ କ୍ରିୟା କରିବାରେ ସମର୍ଥ ହେଉନଥିଲା । ଅର୍ଥାତ ଡାକ୍ତରୀ ଭାଷାରେ ଅନୋରେକଟାଲ ମାଲଫୋର୍ମସନ । ଏହି ଘଟଣାଟି ଉଭୟ ବାପା ମା’ଙ୍କୁ ବ୍ୟଥିତ କଲା । ଛୁଆର ଅସହ୍ୟ କଷ୍ଟ ସହିବା ବାପା ମାଆଙ୍କ ପକ୍ଷେ ଆଉ ସମ୍ଭବ ନଥିଲା । ଶିଶୁଟି ଆବଶ୍ୟକ କରୁଥିଲା ତୁରନ୍ତ ଅସ୍ତ୍ରୋପଚାର । ଆଉ ଏତିକି ବେଳେ ସେମାନଙ୍କ ପାଇଁ ଆଶାର ଆଲୋକ ସାଜିଥିଲେ ଅମ୍ବାଭୋନାର ଯୁବ ସମାଜସେବୀ ଅଭୟ କୁମାର ପଣ୍ଡା । ଘଟଣାଟି ଅଭୟଙ୍କ କାନରେ ପଡିବା କ୍ଷଣି ସଙ୍ଗେ ସଙ୍ଗେ ସେ ଏ ନେଇ ଜିଲ୍ଲା ଏବଂ ବ୍ଲକ ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ । ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମର ଜିଲ୍ଲା ଅଧିକାରୀଙ୍କ ସହ ଯୋଗଯୋଗ ପରେ ନବଜାତର ତୁରନ୍ତ ଚିକିତ୍ସା ବନ୍ଦୋବସ୍ତ ହେଲା ।

ଅଭୟଙ୍କ ଅନୁରୋଧ କ୍ରମେ ଘଟଣାର ଗରୁତ୍ବ ବୁଝି ମାତ୍ର ତିନି ଘଣ୍ଟା ମଧ୍ୟରେ ଶିଶୁଟିକୁ କଟକ ଶିଶୁ ଭବନକୁ ପଠାଇବାର ସମସ୍ତ ବ୍ୟବସ୍ଥା କରାଗଲା । ନବଜାତକୁ ଶିଶୁ ଭବନ ନିଆଯାଇ ତାର ମାଗଣା ଚିକତ୍ସା ଆରମ୍ଭ ହୋଇଥିଲା । ଶିଶୁ ଭବନରେ ଶିଶୁର ତୁରନ୍ତ ଚିକିତ୍ସା ଯୋଗାଇବାକୁ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅନୁରୋଧ ସହ ନିଜର ଜଣେ ବନ୍ଧୁଙ୍କୁ ମଧ୍ୟ ଶିଶୁ ଏବଂ ଉଭୟ ବାପା ମା’ଙ୍କ ସମସ୍ତ ସୁବିଧା କରିବାକୁ କହି ନିଜ ମାନବିକତାର ପରିଚୟ ଦେଇଥିଲେ ଅଭୟ । ୧୨ ଦିନର ଚିକିତ୍ସା ପରେ ଶିଶୁଟି ସୁସ୍ଥ ହୋଇ ଏବେ ଘରକୁ ଫେରିଛି ଆଉ ଅଭୟଙ୍କ ପ୍ରୟାସରେ ପୁଣି ଫେରିଛି ତା ବାପାମାଆଙ୍କ ଓଠରେ ହସ । ଅଭୟଙ୍କ ଏହି ପ୍ରୟାସ ଅଞ୍ଚଳର ଅନେକ ଯୁବ ସମାଜସେବୀଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ ।

jay balangir
Leave A Reply

Your email address will not be published.

15 − twelve =